Quantum Mirror

ବୋରଓ୍ବେଲରେ ପଡିଲା ଶିଶୁ

ବୋରଓ୍ବେଲକୁ ଖସି ପଡିଲା ଶିଶୁ। ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ। ୪୦ ଫୁଟ୍ ଗଭୀର ବୋରଓ୍ବେଲ ଭିତରକୁ ଖସିପଡିଲା ୬ ବର୍ଷର ଶିଶୁ ପୁତ୍ର । ଶିଶୁଟି ଖେଳୁଥିବା ସମୟରେ ବୋରଓ୍ବେଲକୁ ଖସି ପଡିଥିଲା । ସୂଚନା ଅନୁୟାୟୀ, ଗତକାଲି ଅପରାହ୍ନ ୩ଟାରେ ଏହି ଘଟଣା ଘଟିଛି। ରେଓ୍ବା ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଶିଶୁଟି ୪୦ ଫୁଟ ଗଭୀରରେ ଅଟକି ରହିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। SDRF ଟିମ ଉଦ୍ଧାର କାର୍ଯ୍ୟ କରୁଥିବା ଥିବା ବେଳେ ବାରାଣାସୀରୁ NDRF ଟିମକୁ ଡକାଯାଇଛି। ଅଧିକାରୀମାନେ ପାଇପ ସାହାର୍ଯ୍ୟରେ ଅମ୍ଳଜାନ ଯୋଗାଉଛନ୍ତି। ଏଥି ସହ ସିସିଟିଭି ମାଧ୍ୟମରେ ଶିଶୁଟି ଉପରେ ନଜର ରଖାଯାଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×