ନୂଆଦିଲ୍ଲୀ: କୋଭିଡ–୧୯ ଭୂତାଣୁ ସଂଚାରଣ ରୋକିବା ଦିଗରେ ମୁଖ୍ୟ ଭୂମିକା ନିର୍ବାହ କରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ ବା ଭେଣ୍ଟିଲେଶନ। ବାୟୁ ଚଳାଚଳ ସୁଗମ ହେଲେ ଭୂତାଣୁ ସଂଚାରଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ। ଏହା ସହିତ ମହାମାରୀ ବିରୋଧୀ ଲଢ଼େଇ ପାଇଁ ରାଘବନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂତନ ନିର୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ଘରେ ପଙ୍ଖା କେଉଁ ସ୍ଥାନରେ ରଖାଯିବା ଉଚିତ ତାହା ବି ଗୁରୁତ୍ଵପୂର୍ଣ୍ଣ। କାରଣ ପଙ୍ଖାକୁ କୌଣସି ଏଭଳି ସ୍ଥାନରେ ରଖିବା ଅନୁଚିତ, ଯାହାଦ୍ବାରା ଦୂଷିତ ବାୟୁ ସିଧାସଳଖ କୌଣସି ବ୍ୟକ୍ତି ନିକଟକୁ ପ୍ରବାହିତ ହେବ। ସେହପରି ଯଦି କୌଣସି ଘରର ଝରକା, କବାଟ ବନ୍ଦ ରହିଛି, ତେବେ ଭିତର ବାୟୁକୁ ବାହାରକୁ ନେଉଥିବା ଏକ୍ଜଷ୍ଟ ପଙ୍ଖା ଚାଲୁ ରହିବା ଉଚିତ। ଏହା ଦ୍ବାରା ଘର ଭିତରେ ସଂକ୍ରମଣ ଆଶଙ୍କାକୁ ହ୍ରାସ କରାଯାଇ ପାରିବ। କାର୍ଯ୍ୟସ୍ଥଳଗୁଡ଼ିକ ପ୍ରତି ମଧ୍ୟ ନିର୍ଦେଶାବଳୀରେ ଧ୍ୟାନ ଦିଆଯାଇଛି। ଯେକୌଣସି କାର୍ଯ୍ୟସ୍ଥଳରେ ଚଉଡ଼ା ଝରକା ଏବଂ କବାଟକୁ ଖୋଲା ରଖାଯିବା ଦରକାର। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଯାଇଥିବା ଦରକାର। ଯାହାଫଳରେ ସ୍ବଚ୍ଛ ବାୟୁ ଚଳାଚଳ କରିପାରିବ ଏବଂ ସଂକ୍ରମଣ ଆଶଙ୍କା ହ୍ରାସ ପାଇପାରିବ। ଅଧିକ ବାୟୁ ଚଳାଚଳ ପାଇଁ ଏକଜଷ୍ଟ ପଙ୍ଖା ଲଗାଯିବା ଭଲ। ନିର୍ଦେଶାବଳୀରେ କୁହାଯାଇଛି ଯେ, ବାୟୁ ଚଳାଚଳ ସୁଗମ ଥିଲେ ସେଥିରେ ଯେମିତି ଗନ୍ଧ ମିଳେଇଯାଏ, ଠିକ ସେହିପରି ଯଦି ବାହାର ପବନ ଘର ଭିତରକୁ ଠିକ୍ ଭାବେ ଚଳପ୍ରଚଳ କରେ, ତେବେ ଭୂତାଣୁର ବିପଜ୍ଜନକ ସାନ୍ଦ୍ରତାକୁ ହ୍ରାସ କରାଯାଇପାରେ। ଏଥିରେ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋକପାତ ମଧ୍ୟ କରାଯାଇଛି। ଲାଳର ବଡ଼ ଅଂଶ ଏବଂ ଛିଙ୍କ ସମୟରେ ନାକରୁ ବାହାରୁଥିବା କ୍ଷୁଦ୍ର କଣିକା ଭୂମି ଉପରେ ପଡ଼ିଥାଏ। କିନ୍ତୁ କିଛି କ୍ଷୁଦ୍ର କଣିକା ଧୂଳିକଣା ଜରିଆରେ ୧୦ ମିଟର ଦୂର ପର୍ଯ୍ୟନ୍ତ ଚାଲିଯାଇଥାଏ ବୋଲି ଏଥିରେ କୁହାଯାଇଛି।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ