୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜୁନରୁ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ
୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜୁନରୁ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଭାରତ ବାୟୋଟେକ୍ ଛୋଟ ପିଲାମାନଙ୍କ ଉପରେ ଏକ କ୍ରିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବ । କମ୍ପାନୀ କୋଭାକ୍ସିନର ପିଡିଏଟ୍ରିକ ଟ୍ରାଏଲ୍ସ ଜୁନରୁ କରିପାରେ ବୋଲି କମ୍ପାନୀର ଅନ୍ତର୍ଜାତୀୟ ଆଡଭୋକେସି ହେଡ୍ ଡକ୍ଟର ରାଚେସ ଏଲା ପ୍ରକାଶ କରିଛନ୍ତି । ଭାରତ ବାୟୋଟେକ୍ ୨ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଲିନିକାଲ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଅନୁମୋଦନ ଲାଭ କରିଛି ।ହାଇଦ୍ରାବାଦରେ ଅନୁଷ୍ଠିତ ଏକ ଭିଡିଓ କନଫରେନ୍ସିଂରେ ଡ. ଏଲା କହିଛନ୍ତି ଯେ, କମ୍ପାନୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଅନୁମୋଦନ ଅପେକ୍ଷାରେ ରହିଛି । ଏହି ଟିକା ଭଲ କାମ କରିବା ସହ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି । ତେଣୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଭ୍ୟାକ୍ସିନର ଉତ୍ପାଦନ ୭୦ ମିଲିୟନକୁ ବୃଦ୍ଧି କରାଯିବ ବୋଲି ଡ. ଏଲା କହିଥିଲେ ।