Quantum Mirror

କରୋନାରେ ମୃତ ପିତାଙ୍କ ଚିତାକୁ ଡେଇଁ ପଡିଲା ଝିଅ

କରୋନାରେ ମୃତ ପିତାଙ୍କ ଚିତାକୁ ଡେଇଁ ପଡିଲା ଝିଅ

ବାରମେର, ୦୬/୦୫: ରାଜସ୍ଥାନର ବାରମେର ଜିଲା ଅନ୍ତର୍ଗତ ରାୟ କଲୋନୀରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି ସେଠାରେ କରୋନା ଯୋଗୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ସେଥିରେ ମ୍ରିୟମାଣ ହୋଇ ତାଙ୍କ ଝିଅ ତାଙ୍କ ଚିତା ଉପରକୁ ଡେଇଁ ପଡିଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ରିପୋର୍ଟ ଅନୁଯାୟୀ, ରାୟ କଲୋନୀର ଦାମୋଦର ଶାରଦା( ୭୩ ବର୍ଷ)ଙ୍କର ଗତକାଲି କରୋନା ଯୋଗୁ ମୃତ୍ୟୁ ହୋଇଥିଲା ଅପରାହ୍ଣରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ଅନ୍ତିମ ସଂସ୍କାର ଦେଖିବା ପାଇଁ ଶ୍ମଶାନକୁ ଯିବା ପାଇଁ ତାଙ୍କର ଜଣେ ଝିଅ ଚନ୍ଦ୍ରକଳା( ୩୪ ବର୍ଷ) ଜିଦ୍ କରିଥିଲେ ଏହାଯୋଗୁ ତାଙ୍କ ପରିବାର ଲୋକ ସେଥିପାଇଁ ସମ୍ମତି ଦେଇଥିଲେ ତେବେ ପିତାଙ୍କ ଚିତା ଜଳୁଥିଲାବେଳେ ସେ ହଠାତ୍ ସେଇ ଚିତା ଉପରକୁ ଡେଇଁ ପଡିଥିଲେ ।ତାଙ୍କର ଅନ୍ୟ ଜଣେ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ପୁଣି ଥରେ ଚିତା ଉପରକୁ ଡେଇଁ ପଡିଥିଲେ ଶ୍ମଶାନରେ ନିୟୋଜିତ କର୍ମଚାରୀ ଅନ୍ୟ କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ତାଙ୍କ ଦେହର ୬୦% ଅଂଶ ଜଳିଯାଇଛି ତାଙ୍କୁ ପରେ ବାରମେରରୁ ଯୋଧପୁର ହସ୍ପିଟାଲକୁ ପଠାଯାଇଥିବାର ସୂଚନା ଦିଆଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×