Quantum Mirror

ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର

ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର

ହାମିଲଟନ, ୧୦: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେ ଜଣେ ପୁରୁଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି ତେଣୁ ହବାର୍ଡ ଅଲିମ୍ପିକରେ ଭାଗନେବା ନେଇ ଅନେକ ସମସ୍ୟା ଦେଖାଦେଇଥିଲା ଲିଙ୍ଗଗତ ପରିଚୟକୁ ଆଧାର କରି ନୁହେଁ, ଶରୀରର ଟେଷ୍ଟୋଷ୍ଟିରନ ସ୍ତରକୁ ନେଇ ଆଇନ ଅନୁଯାୟୀ ହବାର୍ଡଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି ୨୦୧୭ରେ ବିଶ୍ୱ ପ୍ରତିଯୋଗିତାରେ ସେ ୨ଟି ରୌପ୍ୟ ଜିତି ଚର୍ଚ୍ଚାକୁ ଆସିଥିଲେ ସେତେବେଳେ ତାଙ୍କୁ ନେଇ ଆମେରିକା ପ୍ରତିବାଦ କରିଥିଲା ତେବେ ନିୟମରେ କିଛି ପରିବର୍ତ୍ତନ କାରଣରୁ ସେ ବର୍ତ୍ତମାନ ଅଲମ୍ପିଆନ ହେବାକୁ ଯାଉଛନ୍ତି ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିବା ହବାର୍ଡଙ୍କ ପ୍ରଥମ ନାମ ଥିଲା ଗାଭିନ୍ ସେ ଅକଲାଣ୍ଡର ଜଣେ ପୂର୍ବତନ ମେୟରଙ୍କୁ ବିବାହ କରିଥିଲେ ୨୦ ବର୍ଷ ବୟସରେ ସେ ୧୦୫ କେଜି ଓଜନ ବର୍ଗରେ ଅଂଶଗ୍ରହଣ କରି ୩୦୦ କେଜି ଉତ୍ତୋଳନ କରି ଇତିହାସ ରଚିଥିଲେ ୨୩ ବର୍ଷରେ ସେ ଖେଳ ପରିତ୍ୟାଗ କରିବା ପରେ ୩୦ ବର୍ଷ ବୟସ ବେଳକୁ ସେ ସମ୍ପୂର୍ଣ୍ଣ ମହିଳା ପାଲଟି ଯାଇଥିଲେ ହବାର୍ଡଙ୍କ ଲାଇଫ୍ ଷ୍ଟୋରି ବିଶ୍ୱ କ୍ରୀଡ଼ା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×