ଭଦ୍ରକ ୨୦।୫: କରୋନା ସଂକ୍ରମଣକୁ ନଜରରେ ରଖି ବଜାରକୁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାକୁ ଦେଖି ଭଦ୍ରକ ଜିଲ୍ଲା ଗେଲପୁର ଗ୍ରାମପଞ୍ଚାୟତ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ଗ୍ରାମପଞ୍ଚାୟତ ତରଫରୁ ନଳାଙ୍ଗ ଅଞ୍ଚଳରେ ବୁଦ୍ଧିଜୀବୀ ଓ ବ୍ୟବସାୟୀଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଭଦ୍ରକ ବ୍ଲକର ନଳାଙ୍ଗ ବଜାରକୁ ଆସନ୍ତା ୨୪ ତାରିଖ ସୋମବାରରୁ ୨୮ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ୍ ରହିବ । ଏହି ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ