Quantum Mirror

ପୁଅ ଅଜିତଙ୍କ ପରଲୋକ ଘଟିବାର ଚାରିଦିନ ପରେ ଆଖିବୁଜିଛନ୍ତି ମା

ପୁଅ ଅଜିତଙ୍କ ପରଲୋକ ଘଟିବାର ଚାରିଦିନ ପରେ ଆଖିବୁଜିଛନ୍ତି ମା

ପିପିଲି,୧୭ ।୪: ୪ ଦିନ ତଳେ କରୋନାରେ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ଘଟିଥିଲା। ଅଜିତଙ୍କ ବିୟୋଗ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । କରୋନାକୁ ନେଇ ଲୋକମାନେ ପୁଣିଥରେ ଭୟଭୀତ ହେବାକୁ ଲାଗିଲେଣି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କ ପରଲୋକ ଘଟିଛି । ପୁଅ ଅଜିତଙ୍କ ପରଲୋକ ଘଟିବାର ଚାରିଦିନ ପରେ ଆଖିବୁଜିଛନ୍ତି ମା’ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ଷେତ୍ରମଣିଙ୍କ ଦେହାନ୍ତ ହୋଇଛି । ହୃଦଘାତ ସମସ୍ୟା ପାଇଁ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ କୋଭିଡ ପଜିଟିଭ୍ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା । ଫୁସଫୁସ ଅତିମାତ୍ରରେ ସଂକ୍ରମିତ ହୋଇସାରିଥିବା ପରୀକ୍ଷାରୁ ଜଣାପଡିଥିଲା । କୋଭିଡ ନିୟମରେ ଶବ ସତ୍କାର ହେବ ବୋଲି ପରିବାର ଲୋକେ କହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×