ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମାସରୁ ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ ଟିକା । ଶିଶୁଙ୍କଠାରେ ଏହି ଟିକାର ଟ୍ରାଏଲ ଆରମ୍ଭ କରାଯିବ । ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କ୍ଲିନିକାଲ ଟ୍ରାଏଲ କରାଯିବ । ଶିଶୁ ଏହି ଟିକା ନେବା ପରେ କିପରି ଅନୁଭୂବ କରୁଛନ୍ତି ? ସେମାନଙ୍କ ଶରୀରରେ ଏହାର କିପ୍ରକାର ପ୍ରଭାବ ଦେଖାଦେଉଛି ତାକୁ ଅନୁଧ୍ୟାନ କରାଯିବ । ଏହାପୂର୍ବର ଶିଶୁଙ୍କ ଉପରେ କୋଭାକ୍ସିନ୍ ଟିକାର ଟ୍ରାଏଲ ଆରମ୍ଭ ହୋଇଛି । ସେପଟେ ସେପ୍ଟେମ୍ବର ସୁଦ୍ଧା ଭାରତରେ ମିଳିବ କରୋନା ଟିକା କୋଭାଭାକ୍ସ । ସେମ୍ବେରରେ ଉପଲବ୍ଧ ହେବା ନେଇ ଆଶା ପ୍ରକାଶ କରିଛି ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ତେବେ ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି । ବିଭିନ୍ନ ରାଜ୍ୟରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଓଡ଼ିଶାରେ ମଧ୍ୟ ଏବେ ଆଂଶିକ ଲକ୍ଡାଉନ୍ କରାଯାଇଛି । ଦୋକାନ ବଜାର ଖୋଲାଯିବା ସହ କଟକଣା କୋହଳ କରାଯାଇଛି । ଏହାସହ ଟିକାକରଣକୁ ସରକାର ବ୍ୟାପକ କରିବାକୁ ଚେଷ୍ଟା ଚଳାଇଛନ୍ତି ।କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପଟେ କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ହେଲେ ସମସ୍ତେ ଟିକା ନେବା ନିହାତି ଭାବେ ଜରୁରୀ । ଲୋକ ସଚେତନ ନହେଲେ କରୋନା ତୃତୀୟ ଲହର ଆହୁରି ଭୟଙ୍କର ହୋଇ ଫେରିପାରେ ବିଭିନ୍ନ ବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।