Quantum Mirror

ରାଜସ୍ବ ବିଭାଗରୁ ହଟିବ ପୁରୁଣା ଆଇନ

ଭୁବନେଶ୍ବର: ଓଡ଼ିଶା ରାଜସ୍ୱ ବିଭାଗରୁ ହଟିବ ପୁରୁଣା ଆଇନ୍ । ବଦଳିବ ରିଲିଫ କୋଡ । ରିଲିଫ ଏକ ‘ଦୟା’ ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ଜାନୁଆରୀ ପହଲାରୁ ଜନଗଣନା ହେବାର ଆଭାସ ମିଳୁଥିବାରୁ ଯଥାଶୀଘ୍ର ନୂଆ ରାଜସ୍ବ ଗ୍ରାମ ପ୍ରସ୍ତାବ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଡିସେମ୍ବର ୩୧ ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଲୋକଙ୍କୁ ସେବା ଯୋଗାଇବାରେ କୌଣସି ବାହାନାକୁ ବରଦାସ୍ତ କରାଯିବ ନାହିଁ । ଯଦି କୌଣସି ସମସ୍ୟା ହେଉଛି, ତେବେ ସେ ନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ଅଧିକାରୀଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ରାଜସ୍ୱ ସେବାର କାମ କେତେ ଠିକ୍ ଭାବେ ଗରିବ ଲୋକଙ୍କ ପାଖରେ ପହଞ୍ଚିଛି ସେ ନେଇ ଲୋକସେବା ଭବନରେ ସମୀକ୍ଷା କରି ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା । ଏଣିକି ସ୍କୁଲ, କଲେଜ କର୍ତ୍ତୃପକ୍ଷ ତହସିଲ କାର୍ଯ୍ୟାଳୟ ଦୌଡ଼ିବା ବଦଳରେ ତହସିଲ କର୍ମଚାରୀ ତାଙ୍କ ପାଖକୁ ଯିବେ ।

ସେହିପରି ରାଜସ୍ୱ ଆଇନ ସଂଶୋଧନ କରାଯାଇ ସରଳୀକରଣ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁ ଆଇନ ଗୁଡିକର ପ୍ରାସଙ୍ଗିକତା ନାହିଁ ସେଗୁଡିକ ରଦ୍ଦ ହେବ । ଯେଉଁଠି ସଂଶୋଧନ ଆବଶ୍ୟକତା ଅଛି, ସେହି ଆଇନ ସଂଶୋଧନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×