Quantum Mirror

ସିଧାସଳଖ ରୋଗୀଙ୍କୁ ସିସିଟିଭି ରେ ଦେଖିବା ସହ କଥା ହୋଇପାରିବେ

ସିଧାସଳଖ ରୋଗୀଙ୍କୁ ସିସିଟିଭି ରେ ଦେଖିବା ସହ କଥା ହୋଇପାରିବେ

କଟକ,୧୭ ।୫: କଟକ SCB କୋଭିଡ ହସ୍ପିଟାଲ ବାହାରେ ରୋଗୀ ସମ୍ପକୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀ ସମ୍ପର୍କୀୟଙ୍କ ୱାର୍ଡ ଭିତରକୁ ପ୍ରବେଶ ଅନୁମତି ମିଳୁନଥିବାରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି । ପୂର୍ବରୁ ରୋଗୀଙ୍କୁ ଦେଖିବାକୁ ଅନୁମତି ଥିବାବେଳେ ଆଜି ହଠାତ୍ ବନ୍ଦ କରିଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି ।ତେବେ କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ସମ୍ପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖିପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା ହେବ । ହେଲ୍ପ ଡେସ୍କରେ ମଧ୍ୟ ସୋସିଆଲ ମିଡିଆର ବ୍ୟବସ୍ଥା ରହିବ । ସମ୍ପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ହୋଇପାରିବେ । ପ୍ରତିଦିନ ସମ୍ପର୍କୀୟଙ୍କୁ ଅପଡେଟ କରାଯିବ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଏସଏମଏସ କିମ୍ବା ସୋସିଆଲ ମିଡିଆ ସାହାର୍ଯ୍ୟରେ ଏହାକୁ ଅପଡେଟ କରାଯିବ । ହେଲ୍ପ ଡେସ୍କ କାର୍ଯ୍ୟରେ ସମ୍ପର୍କୀୟ ଅସନ୍ତୋଷ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରୋଗୀ ସମ୍ପର୍କୀୟ କୌଣସି ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପଟେ ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ କରିଛନ୍ତି ସରକାର। ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ରହିବ ହେଲ୍‌ପ ଡେସ୍କ। ହେଲ୍‌ପ ଡେସ୍କ ଗୁଡ଼ିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ। ଏନେଇ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×