Quantum Mirror

ଟ୍ରେନ୍ ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ହେଲେ ଜୀବିତ

ଟ୍ରେନ୍ ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ହେଲେ ଜୀବିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୨୦୧୦ରେ ହୋଇଥିବା ଜନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରରଣ କରିଥିବା ଜଣେ ବ୍ୟକ୍ତି ଜୀବିତ ମିଳିଛନ୍ତି । ସେ ମରିଯାଇଥିବା ତାଙ୍କ ପରିବାର ଲୋକେ ଦାବି କରିଥିଲେ । ଏହା ପ୍ରତିବଦଳରେ ଚାକିରି ଓ କ୍ଷତିପୂରଣ ମଧ୍ୟ ପାଇଥିଲେ । ଏନେଇ ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ମୃତକଙ୍କ ଭଉଣୀ ଓ ତାଙ୍କ ବାପାଙ୍କୁ ଏହି ମାଲାରେ ପଚରାଉଚରା ପାଇଁ ଡକାଯାଇଛି । ଦୁର୍ଘଟଣାରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଚାକିରି ପାଇଥିଲେ ।ସୂଚନା ମୁତାବକ, ୨୦୧୦ ମେ ମାସରେ ହାୱଡା- ମୁମ୍ବାଇ ଜନେଶ୍ୱରୀ ଏକ୍ସପ୍ରେସ ଝାଡଗ୍ରାମ ସରଡିହାରେ ସାମ୍ନାକୁ ଆସୁଥିବା ଏକ ମାଲଗାଡି ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପ୍ରାୟ ୧୪୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ରେଳବାଇ ଘୋଷଣା କରିଥିଲା ଯେ, ମରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ସହ ପରିବାରର ଜଣେ ବ୍ୟକ୍ତି ଚାକିରି ପାଇବେ ।ପରେ କୋଲକାତାର ଜଣେ ବ୍ୟକ୍ତି ଏହି ଦୁର୍ଘଟଣାରେ ତାଙ୍କ ପୁଅର ମୃତ୍ୟୁ ଘଟିଥିବା ଦାବି କରିଥିଲେ । ଡିଏନଏ ନମୁନା ଜରିଆରେ ସେ ମୃତଦେହ ଚିହ୍ନଟ କରିଥିଲେ । ଫଳରେ ପରିବାରକୁ କ୍ଷତିପୂରଣ ମିଳିବା ସହ ଭଉଣୀଙ୍କୁ ପୂର୍ବ ରେଳବାଇରେ ଚାକିରି ମିଳିଥିଲା ।ଦୁର୍ଘଟଣାର ଦୀର୍ଘ ୧୧ ବର୍ଷ ପରେ ମୃତକ ବ୍ୟକ୍ତି ଜଣକ ଜୀବିତ ଥିବା ଅଭିଯୋଗ ହୋଇଥିବା ଦକ୍ଷିଣ ପୂର୍ବ ରେଳବାଇର ଜଣେ ଅଧିକାରୀ କହିଥିଲେ । ଘଟଣାକୁ ନେଇ ରେଳ ବିଭାଗର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଥିଲା ଓ ପରେ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଗଲା ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×