Quantum Mirror

ଭାରତରେ ଲଞ୍ଚ ହେଲା Realme X7 Max 5G

ଭାରତରେ ଲଞ୍ଚ ହେଲା Realme X7 Max 5G

ନୂଆଦିଲ୍ଲୀ: ଲୋକପ୍ରିୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରିୟଲ ମି ଏହାର ନୂତନ 5G ସ୍ମାର୍ଟଫୋନ realme X7 Max 5G କୁ ଆଜି ଭାରତରେ ଲଞ୍ଚ କରିଛି । realme X7 Max 5G ରେ ରହିଛି MediaTek Dimensity 1200 ପ୍ରୋସେସର । realme X7 Max 5G ରେ ରହିଛି 6.43 Inchର  Super Amoled Display ସହ 120 Hzର ରିଫ୍ରେଶ ରେଟ । ଏଥିରେ 360 Hzର Sampling ରେଟ ରହିଛି । ଏଥିରେ 1000 nits ପର୍ଯ୍ୟନ୍ତ ବ୍ରାଇଟନେସ ଦେଖିବାକୁ ମିଳିବ । ଫୋନରେ MediaTek Dimensity 1200 ରହିଛି । ଫୋଟୋଗ୍ରାଫୀ ଫୋନରେ ରହିଛି ଟ୍ରିପଲ ରିୟର କ୍ୟାମେରା ସେଟଅପ, ଯାହାର ପ୍ରାଇମେରୀ କ୍ୟାମେରା 64 MPର ଅଟେ ଯେଉଁଥିରେ Sony IMX682 ସେନ୍ସର ରହିଛି । ଏହା ସହ 8 MP Ultra Wide Angle କ୍ୟାମେରା ଏବଂ 2 MPର Macro କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଏଥିରେ 16 MPର ଫ୍ରଣ୍ଟ କ୍ୟାମେରା ରହିଛି ।realme X7 Max 5G ରେ 4500 mAh ବ୍ୟାଟେରୀ ଏବଂ 50Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଏଥିରେ IPX4 ରେଟିଂ ପ୍ରୋଟେକ୍ସନ ଦିଆଯାଇଛି । ଏଥିରେ Dolby Atmos ସାଉଣ୍ଡ ସପୋର୍ଟ ମଧ୍ୟ ଦେଖିବାକୁ ମିଳିବ । realme X7 Max 5G ର ଦାମ ୨୬,୯୯୯ରୁ ଆରମ୍ଭ । ଯାହା ଏହାର 8 GB ଏବଂ 128 GB ଭ୍ୟାରିଏଣ୍ଟର ଦାମ । ଏହା ସିଲ୍ଭର ଏବଂ ବ୍ଳାକ କଲରରେ ଦେଖିବାକୁ ମିଳିବ । ଏହାର 12GB ଏବଂ 256 GB ଭ୍ୟାରିଏଣ୍ଟର ଦାମ ୨୯,୯୯୯ ଟଙ୍କା ରହିଛି । ଏହି ଫୋନର ବିକ୍ରି ରିୟଲମି ୱେବସାଇଟ ଏବଂ ଫ୍ଲିପକାର୍ଟରେ ଜୁନ୍ ୪ ତାରିଖରେ ହେବ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More