ହଜାରେ ଦିନର ଯୁଦ୍ଧରେ ୟୁକ୍ରେନ ଧ୍ଵଂସ ବିଧ୍ଵଂସ ହୋଇଯାଇଛି। କିନ୍ତୁ ଆତ୍ମସମର୍ପଣ କରି ନାହିଁ ୟୁକ୍ରେନ । ସେପଟେ ରୁଷିଆ ଓ ୟୁକ୍ରେନ ମଧ୍ଯରେ ଚାଲିପାରେ ବଡ଼ ଧରଣର ଯୁଦ୍ଧ। ଆମେରିକା ପ୍ରଦତ୍ତ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ ଲାଗି ୟୁକ୍ରେନକୁ ବାଇଡେନ ପ୍ରଶାସନ ଅନୁମତି ଦେବା ପରେ ପ୍ରଥମ ଥର ଲାଗି ଏହି ଅସ୍ତ୍ର ପ୍ରୟୋଗ କରିଛି ୟୁକ୍ରେନ। ବ୍ରିୟାନସ୍କ ଅଞ୍ଚଳର କାରାଚେଭ ସହରରେ ହିଟ କରିଛି ୟୁକ୍ରେନ ମିସାଇଲ। ରୁଷିଆର ଏକ ସାମରିକ ସ୍ଥଳୀ ଉପରେ ଏହି ହମଲା ହୋଇଛି। ଏହାରି ଭିତରେ ରୁଷିଆ ବରଂ ଟିକେ ଦୁର୍ବଳ ହୋଇ ଯାଇଛି। ଏପରିକି ଯୁଦ୍ଧରେ ସେ ଉତ୍ତର କୋରିଆର ସାହାଯ୍ୟ ନେଇଛି। ସେପଟେ ଏହି ଯୁଦ୍ଧ ଆଣବିକର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରୁଷିଆର ରାଷ୍ଟ୍ରପତି ପୁତିନ ନ୍ୟୁକ୍ଲିୟର ଡକଟରିନ୍ ବଦଳାଇବା ପରେ ଏହି ଆଶଙ୍କା ଦେଖା ଦେଇଛି। ଆଗରୁ ରୁଷିଆର ନିୟମ ଥିଲା ଯେ, ଆଣବିକ ଅସ୍ତ୍ର ନ ଥିବା ଦେଶ ସହିତ ଯୁଦ୍ଧ ହେଲେ ମଧ୍ୟ ସେହି ଦେଶ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ନାହିଁ। କିନ୍ତୁ ଏବେ ତାକୁ ବଦଳାଇ ଦେଇଛନ୍ତି ପୁତିନ। ବର୍ତ୍ତମାନ ଆଣବିକ ଅସ୍ତ୍ର ନ ଥିବା ଦେଶକୁ ନ୍ୟୁକ୍ଲିୟର ଶକ୍ତି ଥିବା ଦେଶ ଯଦି ସାହାଯ୍ୟ କରନ୍ତି, ତେବେ ରୁଷିଆ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ। ଅର୍ଥାତ ରୁଷ ପରୋକ୍ଷରେ ଚେତାବନୀ ଦେଇଛି, ଦରକାର ପଡ଼ିଲେ ୟୁକ୍ରେନ ବିରୋଧରେ ଆଣିବକ ଅସ୍ତ୍ର ପ୍ରୟୋଗ କରାଯିବ। କିଛି ଦିିନ ତଳେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥିଲେ ବାଇଡେନ। ଏହା ପରେ ରୁଷିଆ ଉପରେ ଜେଲେନସ୍କି ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ବୋଲି ରୁଷିଆ ଅଭିଯୋଗ କରିଛି। ଏହା ପରେ ପୁତିନ ବିଗିଡ଼ିଛନ୍ତି। ପୁତିନଙ୍କ ଆଭିମୁଖ୍ୟ ଦେଖି ୟୁରୋପ ଛାନିଆ। ଯୁଦ୍ଧ ଘନେଇବା ଆଶଙ୍କାରେ ଖାଦ୍ୟ ପାନୀୟ ମହଜୁଦ ରଖିବାକୁ ନିଜ ନିଜ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।