Quantum Mirror

ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟଙ୍କର

ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟଙ୍କର

ମହାରାଷ୍ଟ୍ର, ୧୨।୪ : ଦେଶରେ ଦିନକୁ ଦିନ ରେକର୍ଡ କରୁଛି କରୋନା ସଂକ୍ରମଣ । ମହାରାଷ୍ଟ୍ରରେ ଏବେ କରୋନା ସାଂଘାତିକ ସ୍ଥିତିରେ ରହିଛି । ସେଠାରେ ଦୈନିକ ସଂକ୍ରମଣ ୫୮ ହଜାର ଟପିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ପ୍ରାୟ ୧୧ହଜାର ରହିଛି । ଯାହା ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ପରିସ୍ଥିତିରେ ସରକାର ରାଜ୍ୟରେ ଲକଡାଉନ୍ କରିବା ନେଇ ଘୋଷଣା କରିପାରନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଲକଡାଉନ୍ ନେଇ ନିଷ୍ପତି ନେଇପାରନ୍ତି । ସୁଚନା ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ଟିକାକରଣକୁ ଜୋରଦାର କରାଯାଇଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରୁଷିୟ ଟିକା ସ୍ଫୁଟନିକ୍-ଭି ଟିକାକୁ ବ୍ୟବହାର କରିବା ନେଇ ଅନୁମତି ଦେଇଛନ୍ତି ।ସେହିପରି ରାଜ୍ୟରେ କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଲକଡାଉନ୍ ହିଁ ଏକମାତ୍ର ବିକଳ୍ପ ବୋଲି ଶିବସେନାଙ୍କ ମୁଖପତ୍ର ସାମନାରେ କୁହାଯାଇଛି । ଏଥିସହ ସେଠାରେ ଡୋର୍ ଟୁ ଡୋର୍ କ୍ୟାମ୍ପନିଂ କରିବା ପାଇଁ ଯୋଜନା କରାଯାଉଥିବା ଶୁଣିବାକୁ ମିଳିଛି । ତେବେ ଖାଲି ମହାରାଷ୍ଟ୍ର ନୁହେଁ ବରଂ ଦିଲ୍ଲୀ, ଛତିଶଗଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ଖୁବ୍ ଶୀଘ୍ର ଲକଡାଉନ୍ କରାଯାଇପାରେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×