Quantum Mirror

୬ ଦିନିଆ ଲକଡାଉନ୍ ଦିଲ୍ଲୀରେ ଘୋଷଣା

୬ ଦିନିଆ ଲକଡାଉନ୍ ଦିଲ୍ଲୀରେ ଘୋଷଣା

ନୁଆଦିଲ୍ଲୀ, ୧୯ ।୪ : ଆଜି କରୋନା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେଜ୍ରିୱାଲ ସରକାର ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆଜି ୧୦ଟାରୁ ୬ ଦିନ ପାଇଁ ଅର୍ଥାତ୍ ସୋମବାର ସକାଳ ୫ଟା ଟା ଯାଏଁ ଲକଡାଉନ୍ ଲାଗୁ ହେବ ବୋଲି ସେ କହିଛନ୍ତି । ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବାରୁ ଏପରି କଡା ପଦକ୍ଷେପ ନିଆଯାଇଛିି ।ଏହା ଘୋଷଣା କରିବା ସମୟରେ ସେ କହିଛନ୍ତି ଯେ, ଦିଲ୍ଳୀରେ ସ୍ୱାସ୍ଥ୍ୟାବସ୍ଥା ସୀମା ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଏବେ ପ୍ରତିଦିନ ହାରାହାରି ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଦୈନିକ ୨୫ ହଜାର ସଂକମ୍ରିତଙ୍କୁ ଚିକିତ୍ସା ଯୋଗାଇବା କାଠିକର ପାଠ । ତେଣୁ ଏହାଠାରୁ ଅଧିକ ହେଲେ ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ଯାଇପାରେ । ଦିଲ୍ଲୀରେ ଆଇସିୟୁ ବେଡ୍, ଅକ୍ସିଜେନ୍ ର ଅଭାବ ଦେଖାଗଲାଣି । ରେମଡେସିଭିରର ବି ଅଭାବ ପରିଲକ୍ଷିତ ହେଲାଣି । ଏଭଳି ଏକ କଡା ପଦକ୍ଷେପ ବହୁ କଷ୍ଟରେ ନେବାକୁ ପଡୁଛି । ତେଣୁ ଦିଲ୍ଲୀବାସୀଙ୍କୁ ସହଯୋଗ କରିବାକୁ କେଜ୍ରିୱାଲ୍ ନିବେଦନ କରିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×