Quantum Mirror

ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା କାଳରେ ସବୁଠାରୁ ଅଧିକ ହନ୍ତସନ୍ତ ହୋଇଥିବା ଉଠାଦୋକାନୀ ମାନଙ୍କ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳର ଉଠା ଦୋକାନୀ ମାନଙ୍କ ପାଇଁ ପାଣ୍ଠି ମଂଜୁର କରିଛନ୍ତି । ରାଜ୍ୟ ସରକାର ଉଠାଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି । ଏହି ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମଂଜୁର କରାଯାଇଛି । ଲକଡାଉନ୍ ସମୟରେ ଉଠା ଦୋକାନୀ ମାନଙ୍କ ସ୍ଥିତି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ପ୍ୟାକେଜ୍ ଘୋଷଣା ହୋଇଛି । ତେବେ ଏହି ପ୍ୟାକେଜ୍ ଅଧୀନରେ ରାଜ୍ୟର ୮୭ ହଜାର ୬୫୭ ଉଠା ଦୋକାନୀ ଉପକୃତ ହେବେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×