Quantum Mirror

ସନ୍ଧ୍ୟା ଯାଏଁ ରହିବ ବାତ୍ୟା ପ୍ରଭାବ

ସନ୍ଧ୍ୟା ଯାଏଁ ରହିବ ବାତ୍ୟା ପ୍ରଭାବ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି ବାଲେଶ୍ୱର ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ଜଣାପଡ଼ିଛି ଏଥିସହ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଇଛି କିଛି କିଛି ସ୍ଥାନରେ ଘର ଭିତରେ ପାଣି ପଶିବା ସହିତ ଘର ଗୁଡିକ ଉପରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ବାତ୍ୟା ୟଶ୍ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ସକାଳ ୯ଟାରୁ ଆରମ୍ଭ କରିଛି ଧାମରା ବାଲେଶ୍ୱର ସହରର ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ୍ କରିଛି ତେବେ ଏହି ପ୍ରକ୍ରିୟା ୩ରୁ ଘଣ୍ଟା ଯାଏଁ ଲାଗି ରହିବାକୁ ଥିବା ବେଳେ ଦିନ ୧ଟା ସୁଦ୍ଧା ଜାରି ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି କିନ୍ତୁ ଲ୍ୟାଣ୍ଡଫଲ ୧ଟା ସୁଦ୍ଧା ଶେଷ ହେବାକୁ ଥିଲେ ହେଁ ପବନ ଏବଂ ବର୍ଷାର ବିପଦ ସନ୍ଧ୍ୟା ଯାଏ ରହିଥିବା ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ, ଲ୍ୟାଣ୍ଡ ପ୍ରକ୍ରିୟା ଚାଲିଥିବାରୁ ପବନର ଘଣ୍ଟାପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି ଏବଂ ମଝିରେ ଏହା ବଢ଼ିବାର ସମ୍ଭାବନା ରହିଛି ଏବେ ବାଲେଶ୍ୱର ଭଦ୍ରକରେ ୧୩୦ରୁ ୧୫୦ କିମି ମଧ୍ୟରେ ପବନ ହେଉଛି ତେବେ ଏହି ବାତ୍ୟା ବାଲେଶ୍ୱର ଦେଇ ଆଜି ରାତି ସୁଦ୍ଧା ମୟୂରଭଞ୍ଜରେ ପହଞ୍ଚିବ ଆଜି ଅପରାହ୍ନରୁ ମୟୂରଭଞ୍ଜରେ ପ୍ରବଳ ବର୍ଷା ସାଙ୍ଗକୁ ୧୦୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ମୟୂରଭଞ୍ଜରୁ ବାତ୍ୟାର ପ୍ରଭାବ କମିଯିବ ଏବଂ ଦୁର୍ବଳ ହୋଇ କାଲି ସକାଳ ସୁଦ୍ଧା ଝାଡଖଣ୍ଡକୁ ଚାଲିଯିବ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×