ପୁରୀ(ମଧୁସୂଦନ ମିଶ୍ର) ପୁରୀରେ ଏୟାରପୋର୍ଟ ନେଇ ସର୍ଭେ ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ ହୋଇଛି। ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଛି। ମେରାଇନ ଡ୍ରାଇଭ ରୋଡ୍ ଓ ଗିରଳ ସିପସରୁବାଲି ଅଂଚଳରେ ସର୍ଭେ କରାଯାଇଛି। ସର୍ଭେରେ ଜିଲ୍ଲାପାଳଙ୍କ ସମେତ ପ୍ରମୁଖ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ।ତେବେ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ମାସ ୧ତାରିଖରେ ଚିଠି ଲେଖିଥିଲେ। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଦାବି କରିଥିଲେ।ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏୟାରପୋର୍ଟ ଜରୁରୀ ଥିବା ଦାବି କରିଥିଲେ ନବୀନ। ପୁରୀ ଏବଂ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ରାମଚଣ୍ଡୀ ଓ ଚନ୍ଦ୍ରଭାଗା ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଏୟାରପୋର୍ଟର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ୟ ସରକାର ଏୟାରପୋର୍ଟ ପାଇଁ ଜମି ଚିହ୍ନଟ କରିଥିବା ବି ଜଣାଇଥିଲେ ନବୀନ। ଏପରିକି ଏୟାରପୋର୍ଟ ପାଇଁ ରାଜ୍ୟ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ବି ମୁଖ୍ୟମନ୍ତ୍ରୀ କହିଥିଲେ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ