ନୂଆଦିଲ୍ଲୀ ୧୭/୬: ବାୟୋହ୍ୟାକର ବ୍ରାୟନ୍ ଜନସନ୍ ଏକ ନୂଆ ଗବେଷଣାରେ ଲାଗିଛନ୍ତି । ଏହି ମିଶନରେ ମଣିଷର ମସ୍ତିଷ୍କ ସିଧା ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ କନେକ୍ଟ କରିପାରିବ ଏବଂ ଏହି ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ସେ କହିଛନ୍ତି ଯେ ୫୦,୦୦୦ ଡଲାର ଅର୍ଥାତ୍ ପ୍ରାୟ ୩୭ ଲକ୍ଷ ଟଙ୍କା ଦାମରେ ଏକ ହେଲମେଟ୍ ପ୍ରସ୍ତୁତ ହେବ ଯାହାକୁ ମସ୍ତିଷ୍କର ଆକ୍ଟିଭିଟିକୁ ରିଡ୍ କରିପାରିବ ।ନିଜ ରିସର୍ଚ୍ଚର ପ୍ରାରମ୍ଭିକ ଦିନରେ ଜନସନ୍ ସ୍ପେଶଏକ୍ସର ବସ୍ ଏଲନ ମସ୍କଙ୍କ ସହି ଚର୍ଚ୍ଚା ମଧ୍ୟ କରିଥିଲେ । କହିରଖୁଛୁ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ ପ୍ରୋଜେକ୍ଟର ଉଦ୍ଦେଶ୍ୟ ସିଧା ମାନବ ମସ୍କିଷ୍କରେ ଇଲେକ୍ଟ୍ରୋଡ୍କୁ ଇମ୍ପ୍ଲାଣ୍ଟ କରିବା । ଏଲନ୍ ମସ୍କ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ।ଜନସନ୍ ୨ଟି ହେଲମେଟରେ ଏକ୍ସପେରିମେଣ୍ଟ କରିଛନ୍ତି । ଗୋଟିଏର କୋଡନେମ୍ ଫ୍ଲୋ ଥିଲା ଏବଂ ଅନ୍ୟଟି ଫ୍ଲକ୍ସ । ଫ୍ଲୋ ହେଲମେଟ ମସ୍ତିଷ୍କ ଭିତରେ ରକ୍ତର ସଠିକ୍ ଅମ୍ଳଜାନକୁ ମାପିବା ପାଇଁ ଲେଜର ଲାଇଟ ବ୍ୟବହାର କରିଥାଏ । ଏବଂ ଫ୍ଲକ୍ସ ନ୍ୟୁରାନ୍ସ ଫାୟାରିଂର ଇଲେକ୍ଟ୍ରିକଲ ଇମ୍ପପଲସକୁ ରେକର୍ଡ କରିଥାଏ । ଏହା ସହିତ ଜନସନଙ୍କ ମାନିବା ଅନୁସାରେ ମାନବ ମସ୍ତିଷ୍କ ଭିତରେ କଣ ଚାଲୁଛି , ଏହାର ସଠିକ୍ ଫଟୋ ଦେଖିହେବ । ତାଙ୍କର ଏହି ଟେକ୍ନୋଲୋଜି ବର୍ତ୍ତମାନ ପିଢୀ ପାଇଁ ବହୁତ ମହଙ୍ଗା କିନ୍ତୁ ଜନସନଙ୍କ କହିବାନୁସାରେ ୨୦୩୦ ସୁଦ୍ଧା ସେ ସେନସର ହେଲମେଟ୍ ପ୍ରସ୍ତୁତ କରିବା ଆଶା ରଖିଛନ୍ତି ଯାହାର ଦାମ୍ ସ୍ମାର୍ଟଫୋନ ଦାମ୍ ସହିତ ସମାନ ହେବ ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ