Quantum Mirror

କୋଭିଡ୍ ସମୟରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରୀମନ୍ଦିର ସହ ବିଭିନ୍ନ ମନ୍ଦିରର ହଜାର ହଜାର ସେବକ

କୋଭିଡ୍ ସମୟରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରୀମନ୍ଦିର ସହ ବିଭିନ୍ନ ମନ୍ଦିରର ହଜାର ହଜାର ସେବକ

ପୁରୀ: ସେମାନଙ୍କ ପକ୍ଷେ କେବଳ ମନ୍ଦିରରେ ପୂଜାର୍ଚ୍ଚନା ବ୍ଯତିତ ଆଉ କୌଣସି ବିକଳ୍ପ ନାହିଁ। ଶ୍ରୀମନ୍ଦିର ଓ ବିଭିନ୍ନ ମନ୍ଦିର ସାତମାସ ଧରି ବନ୍ଦ ରହିବା ଯୋଗୁଁ ସେମାନଙ୍କର ସାମାଜିକ ଓ ଅର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପନ୍ନ ହୋଇପଡିଛି। ଫଳରେ ଜୀବନ ଜୀବିକାକୁ ନେଇ ଉଠିଛି ପ୍ରଶ୍ନ। ମନ୍ଦିର ଖୋଲିବା ଦାବିରେ ସେବକ ମାନେ ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିର ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଘଣ୍ଟା ବାଡେଇ ପ୍ରତିବାଦ କରୁଛନ୍ତି। ଶ୍ରୀମନ୍ଦିର ଆଗରେ ମଧ୍ୟ ଘଣ୍ଟା ବାଡେଇ ପ୍ରତିବାଦ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଭର୍ଚ୍ଯୁଆଲ ବୈଠକରେ ମଧ୍ୟ ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଥିଲା।

ସେପଟେ ସେବକ ମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର ଶଂକରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ୱତୀ। ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କୁ ଦେଇଛନ୍ତି ପରାମର୍ଶ। ଶ୍ରୀମନ୍ଦିର ସହିତ ଓ ବିଭିନ୍ନ ମନ୍ଦିରର ସେବକଙ୍କ ସାମାଜିକ ଓ ଆର୍ଥିକ ପରିସ୍ଥିତି ଜଟିଳ ହୋଇପଡିଛି। ସେମାନେ କେବଳ ମନ୍ଦିରରେ ପୂଜାର୍ଚ୍ଚନା କରି ଜୀବିକା ନିର୍ବାହ କରିବା ବ୍ଯତିତ ସେମାନଙ୍କ ପାଖରେ ଅନ୍ଯ କୌଣସି ବିକଳ୍ପ ପନ୍ଥା ନାହିଁ। ସେମାନଙ୍କ ପରିବାର କିଭଳି ପ୍ରତିପୋଷଣ ହେବ ସେଥିନେଇ ରାଜ୍ୟ ସରକାର ଉଚିତ ଧ୍ଯାନ ଦିଅନ୍ତୁ। ରାଜ୍ୟ ସରକାର ତୁରନ୍ତ ସେବକଙ୍କ ଜୀବିକାକୁ ନେଇ ଉଚିତ୍ ପ୍ରକଳ୍ପ ପ୍ରସ୍ତୁତ କରି ସେବକ ଓ ସେବକଙ୍କ ପରିବାରର ଜୀବନ ରକ୍ଷା କରନ୍ତୁ ବୋଲି ସରକାରଙ୍କୁ ପରାମର୍ଶ ଦେଲେ ଜଗଦଗୁରୁ ଶଂକରାଚାର୍ଯ୍ଯ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×