Quantum Mirror

ଆଜି ରାଜ୍ୟରେ ୪୪୪୫ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ୪୪୪୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୪୪୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଭୂତାଣୁ ଭୟଙ୍କର ରୂପ ନେଉଛି। ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୫୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮୭୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଛନ୍ତି। ଏହାପଛକୁ ଖୋର୍ଦ୍ଧା ଜିଲାରୁ ୫୮୭ ଏବଂ ନୂଆପଡ଼ାରୁ ୪୩୭ ଜଣ ଠାବ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ପୁରୀରୁ ୨୧୯, ସମ୍ବଲପୁରରୁ ୨୪୧, ଝାରସୁଗୁଡ଼ାରୁ ୨୩୧, ବରଗଡ଼ରୁ ୧୭୮, ବାଲେଶ୍ଵରରୁ ୧୨୩, ନବରଙ୍ଗପୁରରୁ ୧୨୭ ଓ ଷ୍ଟେଟ ପୁଲ ୧୨୫ ରହିଛି। ଏହାବ୍ୟତୀତ ମୟୂରଭଞ୍ଜରୁ ୧୦୦, ଅନୁଗୋଳ ୮୭, ଭଦ୍ରକ ୪୩, ବଲାଙ୍ଗୀର ୧୬୮, ବୌଦ୍ଧ ୨୧, ଦେବଗଡ଼ ୩୫, ଢେଙ୍କାନାଳ ୨୦, ଗଜପତି ୧୦, ଗଞ୍ଜାମ ୬୨, ଜଗତସିଂହପୁର ୩୩, ଯାଜପୁର ୫୮, କନ୍ଧମାଳ ୨୯, କେନ୍ଦ୍ରାପଡ଼ା ୩୫, କେନ୍ଦୁଝର ୭୫, କୋରାପୁଟ ୨୧, ମାଲକାନଗିରି ୯, ନୟାଗଡ଼ ୫୦, ରାୟଗଡ଼ା ୫୩, ସୋନପୁରରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୬ ହଜାର ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୨୪ ହଜାର ୫୬୮ ସକ୍ରିୟ ରୋଗୀ ରହିଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×