ଭୁବନେଶ୍ୱର: ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୭୮୫ ଓ ସ୍ଥାନୀୟ ସଂକ୍ରମିତ ୧୯୭୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ନୂଆପଡାରୁ ୩, କେନ୍ଦୁଝର ଓ ରାୟଗଡାରୁ ଜଣେ ଲେଖାଏଁ ଅଛନ୍ତି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୫୩କୁ ବୃଦ୍ଧିପାଇଛି।ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରୁ ୬୭୩, ନୂଆପଡାରୁ ୫୩୪, ବଲାଙ୍ଗୀର ୩୨୨, ଝାରସୁଗୁଡା ୨୩୪, ବରଗଡ ୧୯୮, ସମ୍ବଲପୁରରୁ ୧୮୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୭୬, କଳାହାଣ୍ଡିରୁ ୧୬୭ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ୧୬୦ ଜଣଙ୍କୁ ଚିହ୍ନଟ କରାଯାଇଛି। ନବରଙ୍ଗପୁରରୁ ୧୫୪, କେନ୍ଦୁଝର ୧୦୩, ଯାଜପୁରରୁ ୮୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନୁରୂପ ଭାବେ ପୁରୀରୁ ୧୯୩, ମୟୁରଭଞ୍ଜ ୮୬, ଯାଜପୁର ୮୬, ବାଲେଶ୍ୱର ୮୪, ଅନୁଗୁଳ ୮୧, ଭଦ୍ରକ ୬୩, ନୟାଗଡ ୬୩, ରାୟଗଡା ୬୦, କେନ୍ଦ୍ରାପଡା ୫୦ ଓ ଗଞ୍ଜାମରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସୁବର୍ଣ୍ଣପୁରରୁ ୪୬, ଗଜପତି ୩୧, ଦେବଗଡ ୩୧, କୋରାପୁଟ ୩୧, କନ୍ଧମାଳ ୨୫ ଓ ବଉଦରୁ ୨୩ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଜଗତସିଂହପୁରରୁ ୨୨, ଢେଙ୍କାନାଳ ୬, ମାଲକାନଗିରିରୁ ୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୭ ହଜାର ୬୩୭ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ୮୨୧ ରହିଛି।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |