Quantum Mirror

ବରମୁଣ୍ଡା ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବରମୁଣ୍ଡା ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଛି ମାଲ ବୋଝେଇ ଟ୍ରକ୍ । ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରିଛନ୍ତି । ଗାଡ଼ି କ୍ୟାବିନ୍‌ରୁ ଡ୍ରାଇଭରଙ୍କୁ ବାହାର କରିବା ପାଇଁ ଏକାଧିକ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ।

ଆଜି ଅପରାହ୍ଣରେ କୋଇଲା ବୋଝେଇ ଟ୍ରକ୍‌ଟି ଆନ୍ଧ୍ର ପ୍ରଦେଶରୁ ପଶ୍ଚିମ ବଙ୍ଗ ଅଭିମୁଖେ ଯାଉଥିଲା। ଏହି ସମୟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଟ୍ରକ୍‌ଟି ପଛପଟୁ ଧକ୍କା ଦେଇଥିଲା। ତେବେ ଏହି ଟ୍ରକ୍‌ରେ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ନଥିବା ସୂଚନା ମିଳିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×