Quantum Mirror

କଟକ ଏସସିବିରେ ଆଉ ଖୋଲିବ ଦୁଇଟି ଟିକାକରଣ କେନ୍ଦ୍ର

କଟକ ଏସସିବିରେ ଆଉ ଖୋଲିବ ଦୁଇଟି ଟିକାକରଣ କେନ୍ଦ୍ର

କଟକ ,୨୦ ।୪: ଆସନ୍ତା ୨୪ ତାରିଖରୁ ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେବ । ପ୍ରତି ଶନିବାର ଏବଂ ରବିବାର ରାଜ୍ୟର ସବୁ ଜିଲ୍ଲାରେ ସଟଡାଉନ୍ ଲାଗି ରହିବ । ଏନେଇ ଗତ କାଲି ଏସଆରସି ସୁଚନା ଦେଇଛନ୍ତି । କଟକରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଟିକାକରଣ କୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ କଟକ ଏସସିବିରେ ଆଉ ଦୁଇଟି ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା କରାଯାଉଛି । ବର୍ତ୍ତମାନ ସେଠାରେ ୨୦୦୦ ଟିକାକରଣ ହେଉଥିବା ବେଳେ ଆଗକୁ ଏହାର ମାତ୍ରା ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି । ଆଗକୁ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଟିକା ନେଲେ ଟିକାକରଣ ଆହୁରି ବଢ଼ିବ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେପଟେ କଟକକୁ ଫେରୁଥିବା କୁମ୍ଭମେଳା ଯାତ୍ରୀ ମାନେ ପ୍ରଶାସନର ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି । କାରଣ ଆଜି ଗୋଟିଏ ଦିନରେ ୧୩ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ବି ସେଠାରେ ଲୋକମାନେ ନିୟମ ମାନୁ ନାହାନ୍ତି । ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×