ଭୁବନେଶ୍ୱର, ୨୯|୦୮: ଏନଇଇଟି-ଜେଇଇ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାରଠୁ ରାଜ୍ୟରେ ସବୁ ସଟଡାଉନ୍ ଓ ଲକଡାଉନ୍ କଟକଣା ହଟାଇବା ନିଷ୍ପତ୍ତି ନେଇଛନ୍ତି ।
ରବିବାର ଅର୍ଥାତ ୩୦ଅଗଷ୍ଟ ରୁ ୭ ସେପ୍ଟେମ୍ବର ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷିତ କରାଯାଇଛି। ସେହିପରି ୧୨ ସେପ୍ଟେମ୍ବର ରୁ ୧୪ ସେପ୍ଟେମ୍ବର ତାରିଖ ଯାଏଁ ମଧ୍ୟ ରାଜ୍ୟରେ କୌଣସି କଟକଣା ଲାଗୁ କରାଯିବ ନାହିଁ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶନିବାର ଘୋଷଣା କରିଛନ୍ତି।
ତେବେ ଏନଇଇଟି ଓ ଜେଇଇ ପରୀକ୍ଷା ଓ ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ସାମାଜିକ ଦୂରତ୍ୱ, ମାସ୍କ ଏବଂ ବାହାରେ ଛେପ ନ ପକେଇବା ନିୟମ କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।