Quantum Mirror

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଘରେ ଟୀକାଦାନ ବ୍ୟବସ୍ଥା

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଘରେ ଟୀକାଦାନ ବ୍ୟବସ୍ଥା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବରିଷ୍ଠ ନାଗରିକ ତଥା ୭୦ ବର୍ଷ ବୟସରୁ ଅଧିକ ବୟସ୍କ ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ଯେଉଁ ମାନେ ଟୀକା କେନ୍ଦ୍ରକୁ ଯାଇପାରିବେ ନାହିଁ, ସେମାନଙ୍କୁ ସେମାନଙ୍କ ଘରେ ଟୀକାଦାନ କରାଯାଉଛି ଏକ ସ୍ୱତନ୍ତ୍ର ଯାନ ଯୋଗେ ମେଡ଼ିକାଲ ଟିମ୍ଲୋକଙ୍କ ଘରେ ପହଞ୍ଚି ବରିଷ୍ଠ ନାଗରିକ ଦିବ୍ୟାଙ୍ଗ ମାନଙ୍କୁ ଟୀକାଦାନ କରୁଛନ୍ତିଏହି କାର୍ଯ୍ୟକ୍ରମକୁ ସୋମବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଏବଂ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବହୁ ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ। ଟୀକାକରଣ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ଟେଲିଫୋନ୍ ଦିଆଯାଇଛି। ଏହି ନମ୍ବର ୭୩୨୮୦୯୯୩୨୪ରେ ଯୋଗେ ଯୋଗାଯୋଗ କରି ଲୋକେ ଏହି ସୁବିଧା ପାଇପାରିବେ। ଆଜି ପ୍ରାୟ ୧୦୦ ଜଣଙ୍କୁ ଏଭଳି ଯାନ ମାଧ୍ୟମରେ ଟୀକାଦାନ କରାଯାଉଛି। ଗତକାଲି ଠାରୁ ଯେଉଁମାନେ ଫୋନ୍ ମାଧ୍ୟମରେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କୁ ଆଜି ଟୀକା ଦିଆଯାଉଛି। ଆବଶ୍ୟକ ହେଲେ ଆସନ୍ତା କାଲି ଠାରୁ ଅଧିକ ସଂଖ୍ୟାରେ ଯାନର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×