Quantum Mirror

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ: ସୁପ୍ରିମକୋର୍ଟରେ ମତ ରଖିଲେ କେନ୍ଦ୍ର ସରକାର

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ: ସୁପ୍ରିମକୋର୍ଟରେ ମତ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଅନେକ ରାଜ୍ୟରେ ଟିକାର ଅଭାବ ଦେଖାଦେଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏନେଇ ମତ ରଖିଛନ୍ତି । ୨୦୨୧ ଶେଷ ସୁଦ୍ଧା ସମସ୍ତଙ୍କ ଲୋକଙ୍କୁ ଟିକାକନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଅନେକ ରାଜ୍ୟରେ ଟିକାର ଅଭାବ ଦେଖାଦେଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏନେଇ ମତ ରଖିଛନ୍ତି । ୨୦୨୧ ଶେଷ ସୁଦ୍ଧା ସମସ୍ତଙ୍କ ଲୋକଙ୍କୁ ଟିକାକରଣ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ଟିକାକରଣ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ ନେଇ ପ୍ରଶ୍ନ କରିଥିଲେ । ଏହାଛଡ଼ା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସୁପ୍ରିମକୋର୍ଟ କହିଥିବା ଜଣାପଡ଼ିଛି ।ସମଗ୍ର ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଅନେକ ରାଜ୍ୟରେ ଟିକାର ଅଭାବ ଦେଖାଦେଉଛି । ଏହବ୍ୟତୀତ କିଛି ରାଜ୍ୟରେ ଅକ୍ସିଜେନ ଅଭାବରୁ ମଧ୍ୟ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି । ତେବେ କିଛିଦିନ ହେଲା ଦେଶରେ ଉଭୟ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ମୋଟ ୩୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷ ୫୨ ହଜାର ୭୩୪ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×