Quantum Mirror

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ଜଣ ମନ୍ତ୍ରୀ ଙ୍କ ଶପଥ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ଜଣ ମନ୍ତ୍ରୀ ଙ୍କ ଶପଥ

କୋଲକାତା, ୧୦।୫: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ରାଜଭବରେ ରାଜ୍ୟପାଳ ଜଗଦୀପ ଧନଖର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବ ସମାରୋହ ପରେ ମମତା କ୍ୟାବିନେଟର ପ୍ରଥମ ବୈଠକର ଆୟୋଜନ କରିବେ ବୋଲି ଜଣାପଡ଼ିଛି । ଗତ ୫ ତାରିଖରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।ଆଜିର ଉତ୍ସବରେ ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରହାଦ ହକିମ, ଜ୍ୟୋତି ପ୍ରିୟା ମଲ୍ଲିକ, ମୋଲୋୟ ଘାଟକ, ଅରୂପ ବିଶ୍ୱାସ, ଶଶି ପ୍ରଜ୍ଞା ଓ ଜାଭେଦ ଅହମ୍ମଦ ଖାନ ପ୍ରମୁଖ ବରିଷ୍ଠ ନେତାମାନେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ବିଗତ ଦୁଇଟି କ୍ୟାବିନେଟରେ ସଦସ୍ୟ ରହିଥିଲେ । ସେମାନଙ୍କ ମଧ୍ୟରୁ ୧୬ ଜଣ ବିଧାୟକ ପ୍ରଥମ ଥର ପାଇଁ କ୍ୟାବିନେଟରେ ଯୋଗ ଦେଇଛନ୍ତି । ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରିନଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ସେ ୬ ମାସ ମଧ୍ୟରେ କୌଣସି ଏକ ଆସନରୁ ନିର୍ବାଚିତ ହୋଇ ଆସିବେ । କ୍ରିକେଟର ମନୋଜ ତିୱାରୀ ଓ ପୂର୍ବତନ ଆଇପିଏସ ଅଧିକାରୀ ହୁମାୟୁନ କବିର ମଧ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ୮ ଜଣ ମହିଳା କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ୮ ଜଣ ମହିଳା ଙ୍କମଧ୍ୟରୁ ୩ ଜଣ ଜନଜାତି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×