Quantum Mirror

୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ

୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସମର୍ଥନ କରିଥିବାବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି ସରକାର ଦଳ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ ।

ତାରା କହିଛନ୍ତି ଯେ,ଅନେକ ପ୍ରସଙ୍ଗ ଥିଲା ,ବିରୋଧୀ ଦଳକୁ ବିଶ୍ୱାସ ନେଇନାହିଁ ସରକାର। କିଛି ଦିନ ବିଧାନସଭା ଚାଲିବା ଦରକାର। ଅନେକ ସମସ୍ୟାକୁ ଆଲୋଚନା ବାକି ଅଛି। ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ। ବିଧାନସଭାକୁ ଚଲେଇବା ଦରକାର ବୋଲି ତାରା କହିଛନ୍ତି। ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ହୋଇଥିଲା। ଟେଷ୍ଟ ମଧ୍ୟ କରାଯାଇଥିଲା। ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି । ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ। ବିଧାନସଭାରେ ହୋହଲ୍ଲା ମଧ୍ୟରେ ପାରିତ ହେଲା ବିଲ। 11 ହଜାର 700 କୋଟି ଟଙ୍କାର ବ୍ୟୟବରାଦ କୁ ବିଧାନସଭା ର ଅନୁମୋଦନ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×