ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ ବାତ୍ୟା। ଆସନ୍ତାକାଲି ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ। ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି IMD ଡିଜି। ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୪ ମିଟର ଯାଏଁ ଜୁଆର ଆସିବ ଏବଂ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୨ ମିଟର ଜୁଆର ଆସିବ ବୋଲି ପୂର୍ବାନୁମାନ କରିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ବାତ୍ୟା ୟାସ ପାରାଦୀପ ଠାରୁ ୨୨୦ କିଲୋମିଟର ଏବଂ ବାଲେଶ୍ୱରରୁ ୩୩୦ କିଲୋମିଟର ଦୂରରେ ରହିଛି। ପଶ୍ଚିମବଂଗର ଦିଘାଠାରୁ ୩୨୦ କିଲୋମିଟର ଏବଂ ସାଗର ଦ୍ୱୀପ ଠାରୁ ମଧ୍ୟ ୩୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ। ବର୍ତ୍ତମାନ ୧୬ କିଲୋମିଟର ପ୍ରତି ଘଣ୍ଟାରେ ଗତି କରୁଛି ବାତ୍ୟା। ଧାମରା ଓ ବାଲେଶ୍ୱର ଦେଇ ଗତି କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିମି. ରହିବ। ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ