ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି। ସୋମବାର ସକାଳ ୫.୩ରେ ୟାସ୍ ବାତ୍ୟା ରୂପ ନେଇସାରିଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ସମୁଦ୍ର ମଧ୍ୟରେ ଗତି ନକରି ସ୍ଥିର ରହିଛି।ପାରାଦୀପ ଠାରୁ ୫୪୦ ଓ ବାଲେଶ୍ୱରଠାରୁ ୬୫୦ କିମି ଦୂରରେ ବାତ୍ୟା ‘ୟଶ’ କେନ୍ଦ୍ରୀଭୂତ ହୋଇଛି । ଘଣ୍ଟାପ୍ରତି ୪ କିମି ବେଗରେ ଉପକୂଳ ଆଡକୁ ବାତ୍ୟା ଅଗ୍ରସର ହେଉଛି । ୨୬ରେ ପାରାଦୀପ ଓ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ।ତେବେ ସକାଳ ୮.୩୦ରୁ ୧୧.୩୦ ମଧ୍ୟରେ ଏହା ବାତ୍ୟାର ରୂପ ନେବ। ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । ଅତି ଭୀଷଣ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ହିଁ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବ ରାତି ୧୨ଟା ଯାଏ ଅନୁଭୂତ ହେବ। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୬୦ରୁ ୧୭୦ କିମି ଓ ବେଳେବେଳେ ୧୯୦ କିମି ମଧ୍ୟ ଛୁଇଁପାରେ। ବାତ୍ୟା ଯୋଗୁଁ ମେ’ ୨୫ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।