Quantum Mirror

ଆସନ୍ତାକାଲି ଶୂନ୍ୟ ଛାଇ

ଆସନ୍ତାକାଲି ଶୂନ୍ୟ ଛାଇ

ଭୁବନେଶ୍ବର ସହରରେ ମେ ୨୧ ମଧ୍ୟାହ୍ନ ୧୧.୪୩ ରେ ଶୁନ୍ୟ ଛାୟା ଦେଖାଯିବ। ସେହିପରି କଟକ ସହରରେ ମେ ୨୨ ମଧାହ୍ନ ୧୧.୪୩ ରେ ଶୂନ୍ୟ ଛାୟା ଦେଖାଯିବ। ଏହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଶୂନ୍ୟ ଛାୟାର ତାରିଖ ଓ ସମୟ ଅଲଗା ହେବ। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବ ଓ ସେ ସମୟରେ ଯେକୌଣସି ଲମ୍ବ ଆକାରର ବସ୍ତୁର ବିଲକୁଲ ଛାଇ ଦେଖାଯିବା ନାହିଁ । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି । ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ । ଏକ ସମତଳ ଜାଗାରେ ଖୁଣ୍ଟ, ଚାରିକୋଣିଆବାକ୍ସ, ବୋତଲ, ଇଟା, ଭଳି କିଛି ଜିନିଷ ଖରା ପଡୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନ ର କିଛି ସମୟ ପୂର୍ବ ରୁ ଲକ୍ଷ କରନ୍ତୁ କିପରିବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇଯାଉଛି ଓ ପୁଣି କିଛି ସମୟ ପରେ ଧୀରେ ଧୀରେ ଦେଖାଯାଉଛି । ସମସ୍ତ ଭୁବନେଶ୍ବର ଓ କଟକ ବାସୀ ଙ୍କୁ ବିଶେଷ କରି ଛାତ୍ରୀ-ଛାତ୍ର ମାନଙ୍କୁ ନିଜ ନିଜ ଘରେ ଏହାକୁ ଦେଖ୍ ପାଇଁ ଅନୁରୋଧ କରାଯାଇଛି । ଏଥିପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ଅନ୍ ଲାଇନ୍ ରେ ଦେଖିବାର ବ୍ୟବସ୍ଥା କରାଯାଇଛି।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×