Quantum Mirror

ବଜ୍ରାପାତରେ ଗଲା ୭୦ ଜୀବନ

ବଜ୍ରାପାତରେ ଗଲା ୭୦ ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବଜ୍ରପାତରେ ଗଲା ୭୦ ଜୀବନତରେ ଗୋଟିଏ ଦିନରେ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦,ରାଜସ୍ଥାନରେ ୨୦ରୁ ଅଧିକ, ମଧ୍ୟପ୍ରଦେଶରେ ୭ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ସୂଚନା ଯୋଗ୍ୟ, ରବିବାର ସନ୍ଧ୍ୟାରେ ୟୁପିରେ ପ୍ରବଳ ବର୍ଷା ସହିତ ଝଡ ତୋଫାନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ପ୍ରୟାଗରାଜରେ ୧୪, କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ, ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ଏହାସହ ପ୍ରାୟ ୨୨ ଜଣ ଲୋକ ବଜ୍ରପାତରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି। ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର କାନପୁର, ପ୍ରତାପଗଡ,ଆଗ୍ରା,ବାରାଣାସୀ ଏବଂ ରାଏବରେଲିରେ ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ରାଜଧାନୀ ଜୟପୁରରେ ଘଟିଛି। ଜୟପୁରରେ ୧୬ ଜଣ, ଘୋଲପୁରରେ ୩, କୋଟାରେ ୪, ଝାଲାୱାଡା ଏବଂ ବାରାଂରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ଜୟପୁରର ଆମେର ପାଲେସ ସମ୍ମୁଖରେ ସେଲଫି ନେବା ସମୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ ଯୋଗେ ଜଣାଇଛନ୍ତି, ରାଜସ୍ଥାନର କିଛି ଅଞ୍ଚଳରେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଓ ଆହତଙ୍କୁ ୫୦,୦୦୦ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ବୋଲି ସୂଚନା ମିଳିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×