Quantum Mirror

ବନ୍ଦ ହେବ ଦେଶର ବଡ ସରକାରୀ କମ୍ପାନୀ

ବନ୍ଦ ହେବ ଦେଶର ବଡ ସରକାରୀ କମ୍ପାନୀ

୭୦ ରୁ ୯୦ ଦଶକରେ ଲୋକେ ବ୍ୟବହାର କରୁଥିବା ସ୍କୁଟର୍ସ ଲମ୍ବ୍ରେଟାକୁ ଭାରତରେ ତିଆରି କରୁଥିବା ସ୍କୁଟର୍ସ ଇଣ୍ଡିଆ କଂପାନୀ ବନ୍ଦ କରିବାକୁ ଯୋଜନା କରୁଛି | CNBC ଆବାଜ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗରୁ ସରକାର ଏହି କମ୍ପାନୀର ଅଂଶୀଦାର ବିକ୍ରି କରିବାକୁ ଯୋଜନା କରିଥିଲେ | କିନ୍ତୁ ସ୍କୁଟର ଇଣ୍ଡିଆକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରିନାହାନ୍ତି | ସେଥିପାଇଁ ସରକାର କମ୍ପାନୀକୁ ବନ୍ଦ କରିପାରନ୍ତି |

ସ୍କୁଟର୍ସ ଇଣ୍ଡିଆ କମ୍ପାନୀରେ ସରକାରଙ୍କ ୯୩.୮୭ ପ୍ରତିଶତ ଅଂଶୀଦାର ରହିଛି | ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀ ସେୟାରରେ ୫ ପ୍ରତିଶତ ଉପର ସର୍କିଟ ଲାଗିଛି | ଅର୍ଥାତ ଯେତେବେଳେ ସେୟାର କ୍ରେତା ଥାନ୍ତି କିନ୍ତୁ ବିକ୍ରେତା ନଥାନ୍ତି |

ସ୍କୁଟର୍ସ ଇଣ୍ଡିଆକୁ ବନ୍ଦ କରିବାକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପ୍ରସ୍ତାବ ପ୍ରସ୍ତୁତ କରିଛି | ସୂତ୍ର ଅନୁଯାୟୀ, କମ୍ପାନୀର ଜମି ବିକ୍ରି କରିଦିଆଯିବା | ଏହି ଜମି ଉତ୍ତର ପ୍ରଦେଶ ସରକାରଙ୍କୁ ଫେରାଇ ଦିଆଯିବ | ମେସିନ ଓ ପ୍ଲାଣ୍ଟ ମଧ୍ୟ ବିକ୍ରି କରିଦିଆଯିବ |

ସୂଚନା ଅନୁଯାୟୀ, ସ୍କୁଟର୍ସ ଇଣ୍ଡିଆ ବ୍ରାଣ୍ଡକୁ ଅଲଗା ବିକ୍ରି କରାଯିବ | ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି | ଏହାକୁ ବିକ୍ରି କରିବ ଦାୟିତ୍ୱ ଏମଏସଟିସି (MSTC-Metal Scrap Trading Corporation) କୁ ଦିଆଯିବ | ଏହାକୁ ବିକ୍ରି କରି ଯେଉଁ ଟଙ୍କା ମିଳିବ ତାହା କର୍ମଚାରୀଙ୍କ VRS (Voluntary retirement scheme )ରେ ବ୍ୟବହାର କରାଯିବ | ବନ୍ଦ କରିବ ପୂର୍ବରୁ ଏହି ସେୟାର ବଜାରରୁ ଡ଼ିଲିଷ୍ଟ ମଧ୍ୟ କରାଯିବ |

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×