ବାହାଘରର ୨୨ ମାସ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିନଥିଲେ ସ୍ତ୍ରୀ..

ବାହାଘରର ୨୨ ମାସ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିନଥିଲେ ସ୍ତ୍ରୀ..

ଗୁଜରାଟର ଅହମ୍ମଦାବାଦରେ ଜଣେ ସ୍ୱାମୀ ନିଜର ପତ୍ନୀଠାରୁ ବିରକ୍ତ ହୋଇ ଆତ୍ମହତ୍ୟା କରିଛନ୍ତି । ଏହା ପରେ ପତ୍ନୀଙ୍କ ବିରୋଧାରେ ଥାନାରେ ଏତଲା ଦେଇଛନ୍ତି ଶାଶୁ । ତେବେ ଅହମ୍ମଦାବାଦର ମଣିନଗରରେ ରହୁଥିବା ୩୨ ବର୍ଷୀୟା ଗୀତା ପରମାରଙ୍କର ବାହାଘର ୨୨ ମାସ ପୂର୍ବରୁ ସୁରେନ୍ଦ୍ର ସିଂଙ୍କ ସହ ହୋଇଥିଲା ।
ତାଙ୍କ ଶାଶୁ ମୂଳି ପରମାର ଅଭିଯୋଗ କରିଛନ୍ତି ଯେ, ବିବାହର ୨୨ ମାସ ମଧ୍ୟରେ ସୁରେନ୍ଦ୍ରଙ୍କ ସହ ଗୀତାର ଶାରୀରିକ ସମ୍ପର୍କ ନଥିଲା । ଏହି କାରଣରୁ ସୁରେନ୍ଦ୍ର ବହୁତ ଟେନସନରେ ଥିଲେ , ଫଳରେ ସେ ଆତ୍ମହତ୍ୟା କରିଦେଲେ ।

ଏହା ସହ ଶାଶୁ ଏଫଆଇଆରରେ କହିଛନ୍ତି ଯେ, ସେ ଦୁହିଁଙ୍କୁ ଅଲଗା ଶୋଇବାର ଦେଖିଥିଲେ । ଯେତେବେଳେ ଶାଶୁ ମୁଳି ସୁରେନ୍ଦ୍ରଙ୍କୁ ଏହି ବିଷୟରେ ପଚାରିଥିଲେ । ପରେ ସୁରେନ୍ଦ୍ର କହିଥିଲେ ଯେ, ବାହାଘରର ୨୨ ମାସ ପରେ ଆମ ଭିତରେ କୌଣସି ସମ୍ପର୍କ ନାହିଁ । ସ୍ୱାମୀ ସହ ନଶୋଇବା ପାଇଁ ଗୀତା ଶପଥ ନେଇଛି । ଏନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଗୀତା ଘରଛାଡି ବାପଘରକୁ ଚାଲିଯାଇଥିଲା ।

ଗୀତା ଯିବା ପରେ ସୁରେନ୍ଦ୍ର ମାନସିକ ଚାପରେ ରହୁଥିଲା । ଘରଲୋକ ଏକ ଅନ୍ତିମ ସଂସ୍କାରରେ ଯାଇଥିବା ବେଳେ ସୁରେନ୍ଦ୍ର ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।