ଶୁଭସମୟ ଆସିବା ର ସଙ୍କେତ

ଶୁଭସମୟ ଆସିବା ର ସଙ୍କେତ

 ସଙ୍କେତ ଯଦି ଧଳା ରଙ୍ଗର ଗାଈ ଦରଜା ସମ୍ମୁଖକୁ ଆସି ଶବ୍ଦ କରନ୍ତି, ତେବେ ଆପଣଙ୍କ ଘରେ ସୁଖସମୃଦ୍ଧିର ବୃଦ୍ଧି ହେବାର ଏହାର ସଙ୍କେତ ଦେଇଥାଏ।
 ସକାଳ ସମୟରେ ଯଦି ଆପଣଙ୍କୁ ମନ୍ଦିର ଘଣ୍ଟି, ଶଙ୍ଖ ଅଥବା ଭଜନ କୀର୍ତ୍ତନର ଧ୍ୱନି ଶୁଣାଯାଏ, ତେବେ ଏହାକୁ ଶୁଭ ସଙ୍କେତ କୁହାଯାଏ।
 ରାସ୍ତାରେ ଯାଉଥିବା ସମୟରେ ହଠାତ ନବବଧୂଙ୍କୁ ଦେଖିଲେ ଏହାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।
 ସକାଳେ ଉଠିବା ପରେ ଶ୍ରୀଫଳ ଦେଖିଲେ ଶୁଭ ଖବର ମିଳିଥାଏ।
 ରାସ୍ତାରେ ଯିବା ସମୟରେ ପକ୍ଷୀ ଆପଣଙ୍କ ଉପରେ ମଳତ୍ୟାଗ କରିବା ଶୁଭ ବୋଲି କୁହାଯାଏ।
 ବର୍ଷା ହେବା ସମୟରେ ହଠାତ ସୂର୍ଯ୍ୟ ଦେଖାଯିବା ଧନସମ୍ପତ୍ତି ବୃଦ୍ଧି ହେବାର ସଙ୍କେତ ଦେଇଥାଏ।
 ଝରକାରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବା ଅଥବା ଜଳାଶୟ ଦେଖାଯିବା ମଧ୍ୟ ଶୁଭଙ୍କର।
 ଘରର ଛାତରେ ବସିଥିବା କୋଇଲି କିମ୍ବା ପକ୍ଷୀଙ୍କ ମଧୁର ସ୍ୱର ଶୁଣିବା ମଧ୍ୟ ଶୁଭଙ୍କର।
 ସକାଳେ ଉଠିବା ମାତ୍ରେ ସର୍ବପ୍ରଥମେ ଦହି କିମ୍ବା ଖିର ଦେଖାଯିବା ଶୁଭ ସଙ୍କେତ କୁହାଯାଏ। ଏହାଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ।
 କଇଁଛ ଦେଖିବା ମଧ୍ୟ ଶୁଭ ବୋଲି କୁହାଯାଏ।
 ଘରର ଦରଜା ସମ୍ମୁଖରେ ଯଦି ହାତୀ ଶୁଣ୍ଢ ଉପରକୁ କରେ ତେବେ ଧନସମ୍ପତ୍ତି, ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।
 ଅଜାଣତରେ ଓଲଟା ପୋଷାକ ପିନ୍ଧିବା ସୁଖସମୃଦ୍ଧି ପ୍ରାପ୍ତିର ସଙ୍କେତ ଦେଇଥାଏ।
 ସକାଳ ସମୟରେ ରାସ୍ତାରେ ଆଖୁ ଦେଖିବା ମଧ୍ୟ ଶୁଭଙ୍କର।
 ମୟୁର ପଙ୍ଖକୁ ଖୋଲାକରି ଥିବା ଅବସ୍ଥାରେ ଦେଖିବା ମଧ୍ୟ ଶୁଭଙ୍କର।
 ହାତ ପାପୁଲି କୁଣ୍ଡାଇ ହେବା ଶୁଭ ସଙ୍କେତ ବୋଲି କୁହାଯାଏ।
 ସମୁଦ୍ର କୂଳରେ ମୋତି ମିଳିବା ମଧ୍ୟ ଶୁଭପ୍ରଦାନ କରିଥାଏ।