ସ୍କିନ୍ ପାଇଁ ଟମାଟୋର ଉପକାରିତା –

ସ୍କିନ୍ ପାଇଁ ଟମାଟୋର ଉପକାରିତା -

୧. ଟମାଟୋକୁ ଗ୍ରାଇଣ୍ଡ୍ କରି ତାହାର ପେଷ୍ଟ ଲଗାଇବା ଦ୍ୱାରା ଚେହେରାର ଚମକ ବୃଦ୍ଧି ପାଇଥାଏ । ପିମ୍ପଲ୍, ଦାଗ ଏବଂ ଅନ୍ୟାନ୍ୟ ମୁଖ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

୨. ୨୦୦ ଗ୍ରାମ୍ ଟମାଟୋକୁ ହଳଦୀ ରସ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସମୟ ସମୟରେ ଏହି ମିଶ୍ରଣ ପିଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ ।

୩. ଟମାଟୋକୁ ପେଷ୍ଟ କରି ସେଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ୫ମିନିଟ୍ ଲଗାଇଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ ।

୪. ଟମାଟୋକୁ ମଝିରୁ କାଟି ଏକ ଖଣ୍ଡରେ ମୁହଁକୁ ମାଲିସ୍ କରନ୍ତୁ ଏବଂ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ପ୍ରତିଦିନ ଏହା କରିବା ଦ୍ୱାରା ମୁଖ ବ୍ରଣ ସମସ୍ୟା ଦୂର ହୋଇଥାଏ ।