ବ୍ରେଡ୍‌ ଟିକା

ବ୍ରେଡ୍‌ ଟିକା

ଆବଶ୍ୟକୀୟ ସାମଗ୍ରୀ – ୪ଟି ଆଳୁ, ୧ଟି ବଡ଼ ପିଆଜ, ଏକ ପ୍ୟାକେଟ ସ୍ଲାଇସ୍‌ ବ୍ରେଡ୍‌,  କଞ୍ଚାଲଙ୍କା, ଗୋଲମରିଚ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ, ଗରମ ମସଲା, ଚାଟ ମସଲା, ବଟର୍‌, ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତ ପ୍ରଣାଳୀ- ଆଳୁକୁ ସିଝାଇ ଦିଅନ୍ତୁ।  ସିଝା ଆଳୁରେ କଟା ପିଆଜ, ଲୁଣ, ଧଣିଆପତ୍ର, କଞ୍ଚାଲଙ୍କା, ଗୋଲମରିଚ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ, ଗରମ ମସଲା, ଚାଟ ମସଲା ଆଦି ପକାଇ ଚକଟି ରୁଟି ଗୁଳା ପରି ଛୋଟ ଛୋଟ ଗୁଳା କରି ରଖନ୍ତୁ।  ଆଉ ଏକ ପାତ୍ରରେ କର୍ଣ୍ଣଫ୍ଲୋର, ଚିଲି ଫ୍ଲେକ୍ସ, ଲୁଣ, ଅଳ୍ପ ପାଣି ଦଇ ଗୋଳାଇ ରଖନ୍ତୁ। ଏକ ସ୍ଲାଇସ ବ୍ରେଡ ଆଣି ତାର ଗୋଟେ ପଟେର ଚକଟା ଆଳୁକୁ କୋଟ୍‌ କରିଦିଅନ୍ତୁ। ଏବେ ଫ୍ରାଇଂ ପ୍ୟାନକୁ ଗ୍ୟାସରେ ବସାନ୍ତୁ। ତା ପରେ ଏଥିରେ ୨ ଚାମଚ ବଟର ଦେଇ ଗରମ କରନ୍ତୁ। ଏବେ କୋଟ୍‌ କରିଥିବା ବ୍ରେଡକୁ ପ୍ୟାନରେ ଫ୍ରାଏ କରନ୍ତୁ। ପ୍ରାୟ ୨ ମିନିଟ ପରେ ଦୁଇପଟ ଫ୍ରାଏ ହୋଇଗଲା ପରେ ଗରମ ଗରମ ଟମାଟୋ ସସ୍‌ ସହ ପରଷନ୍ତୁ।