କେଶର ଯତ୍ନ

କେଶର ଯତ୍ନ

1- ଅଲିଭ୍ ତେଲ ବ୍ୟବହାର କଲେ କେଶ ସୁସ୍ଥ ରହିଥାଏ । ଦୁଇ ଚାମଚ ଅଲିଭ୍ ତେଲ ଗରମ କରି କେଶ ମୂଳକୁ ମାଲିସ୍ କରନ୍ତୁ । ଏହା କେଶ ମୂଳକୁ ଆର୍ଦ୍ର ରଖିବ । ଏହାଦ୍ବାରା ଆପଣଙ୍କ କେଶ କମ୍ ଉପୁଡିବ ।
2- ରୁପି ସମସ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ଲେମ୍ବୁ ରସ ଏବଂ ନଡିଆ ତେଲ ମିଶାଇ ମାଲିସ୍ କରନ୍ତୁ । ଏହାକୁ ରାତିସାରା ଛାଡିଦିଅନ୍ତୁ । ସକାଳେ ଶିକାକାଇ ସାମ୍ପୁ ବ୍ୟବହାର କରି ମୁଣ୍ଡ ଧୋଇ ଦିଅନ୍ତୁ । ରୁପିରୁ ମୁକ୍ତି ମିଳିବ ।
3- ଯେତେ ସମ୍ଭବ ଓଦା କେଶରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ସବୁବେଳେ କେଶକୁ ସଂପୂର୍ଣ୍ଣ ଶୁଖାନ୍ତୁ ଏବଂ ଘରୁ ବାହାରକୁ ଯାଆନ୍ତୁ । ଏହା କରିବା ଦ୍ବାରା ଆପଣ କେବଳ ଥଣ୍ଡା ଠାରୁ ରକ୍ଷା ପାଇବେ ନାହିଁ ବରଂ ଆପଣଙ୍କ କେଶ ମଧ୍ୟ ଶୁଷ୍କ ଏବଂ ଦୁର୍ବଳ ହେବ ନାହିଁ ।
4- କେଶ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କମ୍ କରନ୍ତୁ ନାହିଁ । କେଶକୁ ପ୍ରାକୃତିକ ଉପାୟରେ ଶୁଖାନ୍ତୁ । ଅତିଜରୁରୀ ସମୟରେ ଯଦି ଆପଣଙ୍କୁ ହେୟାର ଡ୍ରାୟର ବ୍ୟବହାର କରିବାକୁ ପଡିବ ତେବେ କେଶକୁ ଅଧିକ ଶୁଖାନ୍ତୁ ନାହିଁ ନଚେତ୍ କେଶ ନଷ୍ଟ ହୋଇପାରେ । ଏହା ସହ କେଶ ଜଟା ହେବାକୁ ଲାଗିଥାଏ ।