କେଉଁ କେଉଁ ରାଶି ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ ଜାଣନ୍ତୁ…

କେଉଁ କେଉଁ ରାଶି ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ ଜାଣନ୍ତୁ…

ଭୁବନେଶ୍ୱର ୨୭/୦୪ : ଆଜି ହନୁମାନଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି ପ୍ରତି ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ହନୁମାନଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ ଏହି ପବିତ୍ର ଦିନରେ ହନୁମାନ ମାତା ଅଞ୍ଜନୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ହନୁମାନଙ୍କୁ କଳିଯୁଗର ଜାଗୃତ ଦେବତା ବୋଲି କୁହାଯାଏ ସଚ୍ଚୋଟ ମନରେ ଶ୍ରଦ୍ଧାର ସହ ହନୁମାନଙ୍କୁ ପୂଜା କଲେ ଭକ୍ତଙ୍କ ସବୁ କଷ୍ଟ ଦୂର ହୋଇଥାଏ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ ସେହି ରାଶି ମାନେ ହେଲେ

ମେଷ – ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ରାଶି ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ। ମେଷ ରାଶି ବ୍ୟକ୍ତିଙ୍କ ଇଚ୍ଛା ଶକ୍ତି ବହୁତ ମଜବୁତ ହୋଇଥାଏ। ହନୁମାନଙ୍କ କୃପାରୁ ମେଷ ରାଶି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ

କୁମ୍ଭ – ଜ୍ୟୋତିଷଶାସ୍ତ୍ର ଅନୁସାରେ କୁମ୍ଭ ରାଶି ବ୍ୟକ୍ତିଙ୍କୁ ହନୁମାନଙ୍କ କୃପାରୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ। କୁମ୍ଭ ରାଶି ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ। କୁମ୍ଭ ରାଶି ବ୍ୟକ୍ତିଙ୍କୁ କେବେ ଧନର ଅଭାବ ହୋଇନଥାଏ। 

ସିଂହ – ଜ୍ୟୋତିଷଶାସ୍ତ୍ର ଅନୁସାରେ ହନୁମାନଙ୍କ କୃପାରୁ ସିଂହ ରାଶି ବ୍ୟକ୍ତିଙ୍କ ଠାରୁ ସଙ୍କଟ ଦୁରେଇ ରହେ। ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିଥାଏ। ହନୁମାନ କୃପାରୁ ଚାକିରୀ ବ୍ୟବସାୟରେ ଲାଭ ମିଳିଥାଏ

ବିଛା – ବିଛା ରାଶି ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ। ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ କୌଣସି ବାଧା ଉପୁଜି ନଥାଏ। ହନୁମାନଙ୍କ କୃପାରୁ ଚାକିରୀରେ ଉନ୍ନତି ହୋଇଥାଏ