ମିଠା କାନିକା

ମିଠା କାନିକା

ଆବଶ୍ୟକୀୟ ସାମଗ୍ରୀ – ଜିରା ରାଇସ୍ ୨୫୦ଗ୍ରା,  ମୁଗଡାଲି ୫୦ ଗ୍ରା., ଦେଶୀ ଗୁଆଘିଅ ୩ ଚାମଚ, ୧/୨ ଇଞ୍ଚ ଅଦା, ୨ଟି କଞ୍ଚା/ଶୁଖିଲା ଲଙ୍କା, କାଜୁ ୨୫ ଗ୍ରା, କିସ୍‌ମିସ୍‌ ୧୫ଗ୍ରା, ଚିନି ୫୦ଗ୍ରା, ତେଜପତ୍ର ୨ଟି, ହଳଦୀ ୧ ଚାମଚ, ଡାଲଚିନି ୧ଇଞ୍ଚ ୨ଖଣ୍ଡ, ଗୁଜୁରାତି ୪ଟି, ଲବଙ୍ଗ ୪ଟି, ଗୋଲମରିଚ ୪ଟି, ଅନାସ ଫୁଲ ୧ଟି, ସ୍ୱାଦ ଅନୁଯାୟୀ ଲୁଣ

ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ଚାଉଳ ଓ ମୁଗଡାଲିକୁ ମିଶାଇ ବତୁରାଇ ଦିଅନ୍ତୁ। ଅଧଘଣ୍ଟା ପରେ ତାକୁ ଛାଣି ଶୁଖାଇ ଦିଅନ୍ତୁ। ସେଥିରେ ହଳଦୀ ଗୁଣ୍ଡ ଗୋଳାଇ ଦିଅନ୍ତୁ। ଗ୍ୟାସରେ କଢ଼େଇ ଗରମ କରି ସେଥିରେ ୩ ଚାମଚ ଘିଅ ପକାନ୍ତୁ। ସେଥିରେ କାଜୁ ଓ କିସ୍‌ମିସ୍‌କୁ ବ୍ରାଉନ କଲର ହେବା ପର୍ଯ୍ୟନ୍ତ ଭାଜି କାଢ଼ି ଦିଅନ୍ତୁ। ବଞ୍ଚିଥିବା ଘିଅରେ ଡାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଅନାସ ଫୁଲ, ତେଜପତ୍ରକୁ ପକାଇ କମ୍‌ ଆଞ୍ଚରେ ଭାଜନ୍ତୁ। ଏକ ମିନିଟ୍‌ ପରେ ଛେଚା ଅଦା ଓ ଲଙ୍କାକୁ ଫାଳ କରି ପକାନ୍ତୁ। ୨ମିନିଟ୍‌ ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚାଉଳ ଓ ମୁଗକୁ ୨ରୁ ୩ ମିନିଟ୍‌ ପକାଇ ଭାଜନ୍ତୁ।  ତାପରେ ଚାଉଳ ଓ ମୁଗ ପରିମାଣର ୨ଗୁଣା ପାଣି ଦେଇ ଢାଙ୍କି ଦିଅନ୍ତୁ। ଫୁଟିଲା ପରେ କାଜୁ, କିସ୍‌ମିସ୍‌, ଚିନି ଓ ସ୍ୱାଦ ଅନୁଯାୟୀ ଲୁଣ ଦେଇ ପୁଣି ଢାଙ୍କି ଦିଅନ୍ତୁ। ୧୦ରୁ ୧୫ ମିନିଟ୍‌ ମଧ୍ୟମ ଆଞ୍ଚରେ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। ପାଣି ଶୁଖିଗଲା ପରେ ତାହାକୁ ଏକ ପାତ୍ରରେ କାଢ଼ି ଗରମ ଗରମ ପରସନ୍ତୁ।