ମଟନ କୋରମା

ମଟନ କୋରମା

ମଟନ କୋରମା
ଆବଶ୍ୟକୀୟ ସାମଗ୍ରୀ – ମଟନ ୧ କେଜି, ପିଆଜ ୩୦୦ଗ୍ରା., ସୋରିଷ ତେଲ ୧୦୦ଗ୍ରା, ରସୁଣ ୫୦ଗ୍ରା, ଅଦା ୫୦ ଗ୍ରା, ଦହି ୧୦୦ଗ୍ରା, କାଜୁ ୮ଟି, ଭଜା ପାନମଧୁରୀ ୧ ଚାମଚ, କଞ୍ଚାଲଙ୍କା ୪ଟି, ଗୁଆ ଘିଅ ୨ ଚାମଚ, ଧଣିଆପତ୍ର, ହଳଦୀ ଗୁଣ୍ଡ ୨ ଚାମଚ, ଲଙ୍କା ଗୁଣ୍ଡ ୨ ଚାମଚ, ଲବଙ୍ଗ ୪ଟି, ଡାଲଚିନି ୨ ଇଞ୍ଚ, ଗୁଜୁରାତି ୪ଟି, ଗୋଲମରିଚ ୬ଟି, କାଶ୍ମିର ଲଙ୍କାଗୁଣ୍ଡ ୨ ଚାମଚ, ଗରମ ମସଲା ୨ ଚାମଚ, ଆବଶ୍ୟକ ଅନୁଯାୟୀ ଲୁଣ
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ଦହି, କାଶ୍ମିର ଲଙ୍କାଗୁଣ୍ଡ, ଭଜା ପାନମଧୁରୀ, କାଜୁକୁ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ବାହାର କରି ରସୁଣ ଓ ଅଦାକୁ ବାଟି ଅଲଗା କରି ରଖନ୍ତୁ। ପିଆଜକୁ ସରୁ ସରୁ କରି କାଟି ଦିଅନ୍ତୁ। କଢ଼େଇର ତେଲ ଗରମ କରି ଅଧା ପିଆଜକୁ ଭାଜନ୍ତୁ। ପିଆଜ ବ୍ରାଉନ କଲର ହେଲା ପରେ ତାକୁ କାଢ଼ିଦିଅନ୍ତୁ। ଏବଂ ଭଜା ପିଆଜକୁ ଗ୍ରାଇଣ୍ଡିଂ କରି ରଖନ୍ତୁ। ତାପରେ ତେଲରେ ଲବଙ୍ଗ, ଡାଲଚିନି, ଗୋଲମରିଚ, ଗୁଜୁରାତି ପକାଇ ଭାଜନ୍ତୁ। ୧ମିନିଟ ପରେ ବାକିଥିବା କଞ୍ଚା ପିଆଜକୁ ପକାଇ ଭାଜନ୍ତୁ। ପିଆଜ ଅଧା ଭାଜି ହେଲାପରେ ସେଥିରେ ମଟନ ପକାନ୍ତୁ। ମଟନକୁ ୧୦/୧୫ ମିନିଟ ଭାଜନ୍ତୁ। ମଟନରୁ ପାଣି ମରିଗଲେ ସେଥିରେ ହଳଦୀଗୁଣ୍ଡ, ଲୁଣ, ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବରେ କଷନ୍ତୁ। ମସଲାରୁ ତେଲ ବାହାରିଲେ ସେଥିରେ ପୂର୍ବରୁ କରି ରଖିଥିବା ଦୁଇ ପ୍ରକାର ପେଷ୍ଟକୁ ପକାନ୍ତୁ। ସେଥିରେ ଅଳ୍ପ ଧଣିଆପତ୍ର ଓ କଞ୍ଚାଲଙ୍କା ପକାନ୍ତୁ। ଏବଂ ଦୁଇ ଗ୍ଲାସ ଗରମ ପାଣି ଦେଇ ୨୦ ମିନିଟ୍‌ ଢାଙ୍କି ଦିଅନ୍ତୁ। ମଟନ ସିଝିଗଲେ ସେଥିରେ ଅଳ୍ପ ଧଣିଆ ପତ୍ର, ଗୁଆ ଘିଅ, ଗରମ ମସଲା ପକାଇ ଓହ୍ଲେଇ ଦିଅନ୍ତୁ।