ମଟନ ରୋଗନ୍‌ ଜୋସ୍‌

ମଟନ ରୋଗନ୍‌ ଜୋସ୍‌

ଆବଶ୍ୟକୀୟ ସାମଗ୍ରୀ – ମଟନ ୧କିଗ୍ରା, ଆଳୁ ୫୦୦ଗ୍ରା, ପିଆଜ ୬୦୦ଗ୍ରା, ରସୁଣ ୫୦ଗ୍ରା, ଅଦା ୫୦ଗ୍ରା, ସୋରିଷ ତେଲ ୧୫୦ ଗ୍ରା, ହଳଦୀ ଗୁଣ୍ଡ ୨ଚାମଚ, ଲଙ୍କା ଗୁଣ୍ଡ ୨ଚାମଚ, ଗୁଜୁରାତି ୪ଟି, ଲବଙ୍ଗ ୪ଟି, ଗୋଲମରିଚ ୪ଟି, ଅନାସ ଫୁଲ ୨ଟି, ଡାଲଚିନି ୧ଇଞ୍ଚ ୨ଖଣ୍ଡ, ତେଜପତ୍ର ୪ଟି, ଶୁଖିଲା ଲଙ୍କା ୬ଟି, କଞ୍ଚାଲଙ୍କା ୪ଟି, ଗରମ ମସଲା ଗୁଣ୍ଡ ୨ ଚାମଚ, ଧଣିଆପତ୍ର ୧ ବିଡ଼ା, ଜାଇଫଳ ୧ଟି, ସ୍ୱାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜକୁ ସରୁ ସରୁ କାଟି ରଖନ୍ତୁ। ରସୁଣ ଓ ଅଦାକୁ ଅଲଗା ଅଲଗା ବାଟି ରଖନ୍ତୁ। କଢ଼େଇରେ ତେଲ ଗରମ କରି ଆଳୁକୁ ଭାଜନ୍ତୁ। ଆଳୁ ଲାଲ ହୋଇଗଲା ପରେ କା‍ଢ଼ି ସେହି ଗରମ ତେଲରେ ତେଜପତ୍ର, ଶୁଖିଲା ଲଙ୍କା, ଗୁଜୁରାତି, ଡାଲଚିନି, ଅନାସଫୁଲ, ଗୋଲମରିଚ, ଲବଙ୍ଗ ପକାନ୍ତୁ। ୨୦ ସେକେଣ୍ଡ ପରେ ସେଥିରେ ବଟା ରସୁଣକୁ ପକାଇ ଭାଜନ୍ତୁ। ୩/୪ ମିନିଟ୍‌ ପରେ ସେଥିରେ ବଟା ଅଦା ପକାନ୍ତୁ। ୫ ମିନିଟ୍‌ ପରେ ସେଥିରେ ଲଙ୍କା ଗୁଣ୍ଡ ପକାନ୍ତୁ। ୨ ମିନିଟ୍‌ ପରେ ମଟନ ଓ ପିଆଜକୁ ପକାନ୍ତୁ। ତାପରେ ସେଥିରେ ହଳଦୀଗୁଣ୍ଡ ଓ ଲୁଣ ପକାନ୍ତୁ । ୧୦ ମିନିଟ ଯାଏ ମଧ୍ୟମ ଆଞ୍ଚରେ କଷନ୍ତୁ। ତାପରେ ଅଳ୍ପ ପାଣି ଦେଇ ୧୫ ମିନିଟ ଢାଙ୍କି ଦିଅନ୍ତୁ। ତାପରେ ୧୫ ମିନିଟ ଖୋଲା କରି କଷନ୍ତୁ। ମଟନ ସିଝିବା ଯାଏ ଢାଙ୍କି ଦିଅନ୍ତୁ। ମଟନ ସିଝି ଆସିଲେ ସେଥିରେ ଛଣା ଆଳୁ , ଗରମ ପାଣି ଓ କଞ୍ଚା ଲଙ୍କାକୁ ଫାଳ କରି ପକାଇ ଦେଇ ଫୁଟାନ୍ତୁ। ଆପଣଙ୍କ ମୁତାବକ ଝୋଳ ରଖି ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ସେଥିରେ ଗରମ ମସଲା ଗୁଣ୍ଡ, ଧଣିଆ ପତ୍ର ଓ ଜାଇଫଳକୁ କୋରି ପକାଇ ୫ ମିନିଟ ପାଇଁ ଢାଙ୍କି ଦିଅନ୍ତୁ। ଏବେ ଢାଙ୍କଣା କାଢ଼ି ଗରମ ଗରମ ପରସନ୍ତୁ।