ତ୍ୱଚା ର ଯତ୍ନ

ତ୍ୱଚା ର ଯତ୍ନ

1.ତ୍ୱଚାକୁ ସୁସ୍ଥ ରଖିବା ସହ ଏହାର ଚମକ ବଜାୟ ରଖିବାକୁ ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ତ୍ୱଚାରୁ ମଇଳା ପଦାର୍ଥ ଝାଳ ହୋଇ ନିଷ୍କାସିତ ହୋଇଯାଇଥାଏ। ଦିନକୁ ଅତି କମ୍ରେ ୨ରୁ ୩ ଲିଟର ପାଣି ପିଇବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ଚେହେରା ଉଜ୍ଜ୍ୱଳ ଦେଖାଯିବା ସହ ସଫ୍ଟ ହୋଇଥାଏ ।

2.କମଳା, ଲେମ୍ବୁ ଅଁଳା, ଅଙ୍ଗୁର ଟମାଟୋ ଆଦି ଭିଟାସିନ ‘ସି’ ରେ ପରିପୂର୍ଣ୍ଣ ଅଟେ। ଖରା ଦିନେ ଏହି ଫଳ ଖାଇବା ଦ୍ୱାରା ଚେହେରା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ।

3.ଖରା ଦିନେ ତ୍ୱଚାକୁ ମଶ୍ଚରାଇଜ କରିବା ସହ ହାଇଡ୍ରେଡ ମଧ୍ୟ କରନ୍ତୁ । ଏହି ସମୟରେ ସପ୍ତାହରେ ଅତି କମରେ ୨ ଥର ହାଇଡ୍ରେଡ ଫେସ୍ ମାସ୍କର ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ସତେଜ ଦେଖାଯିବା ସହ ବ୍ରଣ ଆଦି ସମସ୍ୟାରୁ ବି ମୁକ୍ତି ମିଳିଥାଏ।

4.ଖରା ଦିନେ ତ୍ୱଚାର ସବୁଠୁ ବଡ ଆବଶ୍ୟକତା ହେଉଛି ସନସ୍କ୍ରିନ । ଏହା ତ୍ୱଚାକୁ ଖରା ପ୍ରଭାବରୁ ରକ୍ଷା କରିଥାଏ। ତେଣୁ ଖରାଦିନେ ବାହାରକୁ ବାହାରିବା ପୂର୍ବରୁ ତ୍ୱଚା, ହାତ, ବେକ ଆଉ ପାଦରେ ମଧ୍ୟ ଏହି କ୍ରିମ୍ ଲଗାଇବାକୁ ଭୁଲନ୍ତୁ ନାହିଁ।