Quantum Mirror

ଚୀନରେ ଏବେଠାରୁ ତିନିଟି ଛୁଆଁ ଜନ୍ମ କରିବାକୁ ମିଳିଲା ମଞ୍ଜୁରୀ

ଚୀନରେ ଏବେଠାରୁ ତିନିଟି ଛୁଆଁ ଜନ୍ମ କରିବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ ଘଟାଇଛନ୍ତି ଚୀନ ସରକାର । ଦେଶରେ ଜନସଂଖ୍ୟାର ଦ୍ରୁତ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ନିକଟରେ ଜାରି ହୋଇଥିବା ଜନସଂଖ୍ୟା ହିସାବ ସମ୍ପର୍କିତ ରିପୋର୍ଟରେ ଜନସଂଖ୍ୟାର ହାର ମାତ୍ରାଧିକ ଖସିଥିବା ପରିଲକ୍ଷିତ ହୋଇଛି । ୧୯୬୦ ପରେ ୨୦୨୦ ରେ ଚୀନରେ ସବୁଠାରୁ କମ୍ ଶିଶୁ ଜନ୍ମ ହୋଇଛନ୍ତି । ଏହାକୁ ଦେଖି ଚୀନ ନିଜର ଫ୍ୟାମିଲି ପ୍ଲାନିଂ ଆଇନରେ ଢ଼ିଲାପଣ ଆଣିଛି । ଖାଲି ସେତିକି ନୁହେଁ ଚୀନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏବେ ଠାରୁ ଦୁଇଟି ନୁହେଁ ବରଂ ତିନୋଟି ଛୁଆ ଜନ୍ମ କରିପାରିବେ । ଚୀନର ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଛି । ଚୀନର ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ମୁତାବକ, ଏହି ଆଇନକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । କିଛିଦିନ ତଳେ ଚୀନ ତା’ର ଜନସଂଖ୍ୟାର ହିସାବ ଜାରି କରିଥିଲା । ଏହି ହିସାବ ମୁତାବକ ପୂର୍ବ ଦଶକରେ ଚୀନରେ ଶିଶୁ ଜନ୍ମ ହାର ବେସ୍ କମିଥିବା ଦେଖାଯାଇଥିଲା । ଏହାର ମୁଖ୍ୟ କାରଣ ଚୀନର ଦୁଇ ଶିଶୁ ଯୋଜନା ବୋଲି କୁହାଯାଇଛି । ସେପଟେ ଚୀନର ମୋଟ ଜନସଂଖ୍ୟାର ଏକ ବଡ ଭାଗ ବୃଦ୍ଧ ଅବସ୍ଥାକୁ ଚାଲି ଆସିଛନ୍ତି । ଅର୍ଥାତ୍ ବୃଦ୍ଧଙ୍କ ସଂଖ୍ୟା ବଢ଼ିଥିବା ବେଳେ ନୁତନ ଜନ୍ମିତ ଶିଶୁଙ୍କ ସଂଖ୍ୟା ଅତ୍ୟଧିକ କମିଯାଇଛି । ଏହାସହ ଚୀନର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ୨୦୨୦ ମସିହାରେ ଚୀନରେ କେବଳ ୧୨ ମିଲିୟନ ଶିଶୁ ଜନ୍ମ ହୋଇଛନ୍ତି । ଯାହାକି ୨୦୧୬ ରେ ୧୮ ମିଲିୟନ ଥିଲା । ଚୀନରେ ସଦ୍ୟ ଜନସଂଖ୍ୟା ହିସାବରେ ୨୦୧୦ ରୁ ୨୦୨୦ ମଧ୍ୟରେ ଚୀନରେ ୦.୫୩ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ହୋଇଛି । ଏହି ହାର ୨୦୦୦ ରୁ ୨୦୧୦ ମଧ୍ୟରେ ୦.୫୭ ପ୍ରତିଶତ ଥିଲା । ସୂଚନା ଥାଉ କି, ୨୦୧୬ରେ ଚୀନ ଜନସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ୱାନ୍ ଚାଇଲ୍ଡ ପଲିସି ଆଇନ୍ କୁ ଭଙ୍ଗ କରିଥିଲା । ଆଉ ଏବେ ଆମେ ଦୁଇ ଆମର ଦୁଇ ଆଇନକୁ ଭାଙ୍ଗିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×