Quantum Mirror

ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ନବୀନ

ଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ ସିଏମ। ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବି ହିଞ୍ଜିଳି ଗସ୍ତ କରିବେ ବୋଲି ସୂଚନା ମିଳିଛି। ସକାଳ ସାଢ଼େ ୧୦ଟାରେ ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ସାଢ଼େ ୧୧ଟାରେ ଶେରଗଡ଼ରେ ବି ସେ ଉଦବୋଧନ ଦେବେ। ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ଲାଗି ମୁଖ୍ଯମନ୍ତ୍ରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ପରେ ସେ ତାରାତାରିଣୀଙ୍କ ଦର୍ଶନ କରିବେ ଏବଂ ପ୍ରାର୍ଥିପତ୍ର ଦାଖଲ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବେ। ୧ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁଣ୍ଡି ଓ ସୋରଡାରେ ପ୍ରଚାର କରିବେ। ସେହିପରି ୬ ତାରିଖରେ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗୋପାଳପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହେବେ। ୭ ତାରିଖରେ ଶେରଗଡ଼, ହିଞ୍ଜିଳି,ବ୍ରହ୍ମପୁରରରେ ୩ଟି ରୋଡସୋରେ ଯୋଗଦେବେ। ୯ ତାରିଖରେ ଗୋପାଳପୁରରେ ଏକ ରୋଡସୋରେ ମୁଖ୍ଯମନ୍ତ୍ରୀ ଯୋଗଦେବେ। ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ। ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ତଥା ଫାଇଭ-ଟି ଅଧୀନରେ ଚାଲିଥିବା ରୂପାନ୍ତରଣ ରାଜ୍ଯରେ ମୁଖ୍ଯମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବଢ଼ାଇଛି। ଚବିଶ ନିର୍ବାଚନ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ଦଳରେ ଉତ୍ସାହ ସୃଷ୍ଟି କରିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×