Quantum Mirror

ବିରୋଧୀଙ୍କ ଉପରେ ନବୀନଙ୍କ ପ୍ରହାର

ହିଞ୍ଜିଳିରୁ ୨୦୨୪ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରୁ ମଞ୍ଚରୁ ଥାଇ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ । କହିଲେ ବିକାଶର ବିରୋଧୀଙ୍କୁ ଓଡ଼ିଶାବାସୀ ବାରମ୍ବାର ଜବାବ ଦେଇଛନ୍ତି । ନବୀନ କହିଲେ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ । ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ । ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା , ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲେଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି । ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି । ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ମୋର ବିଶ୍ୱାସ ଆପଣଙ୍କ ଆର୍ଶିବାଦରେ ବିଧାନସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ । ଯୋଡ଼ିଶଙ୍ଖକୁ ଆର୍ଶିବାଦ ଦିଅନ୍ତୁ ।ପ୍ରଥମେ ହିଞ୍ଜିଳିବାସୀଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×